ନୂଆଦିଲ୍ଲୀ,୨୭/୭ : ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । କେବଳ ଭାରତ ନୁହେଁ, ଦେଶ ବାହାରେ ମଧ୍ୟ ରାମଲଲାଙ୍କ ପ୍ରତି ଭକ୍ତିଭାବ ଦେଖାଯାଇଛି । ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି, ଯାହା ଏବେ ଖୁବ ଭାଇରାଲ ହେଉଛି । ଏହି ପୋଷ୍ଟରେ ଏକ ଡାକ ଟିକେଟରେ ରାମଲଲାଙ୍କ ପ୍ରତିମାକୁ ସ୍ଥାନ ଦିଆ ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।ଦକ୍ଷିଣ-ପୂର୍ବ ଏସିଆର ଲାଓସ ଅଯୋଧ୍ୟାର ଶ୍ରୀ ରାମଲଲାଙ୍କ ଉପରେ ଏକ ଡାକ ଟିକେଟ ଜାରି କରିଛି । ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲାଓସ ଗସ୍ତରେ ଥିବା ବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ରାମାୟଣ ଏବଂ ବୌଦ୍ଧ ଧର୍ମରେ ଆମର ସାଂସ୍କୃତିକ ପରମ୍ପରାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଟିକେଟ ସେଟ୍ ଲଞ୍ଚ୍ କରାଯାଇଛି । ଏସିଆନ୍-ଭାରତ ମନ୍ତ୍ରୀସ୍ତରୀୟ ସମ୍ମେଳନ, ପୂର୍ବ ଏସିଆ ଶିଖର ସମ୍ମେଳନର ବିଦେଶ ମନ୍ତ୍ରୀମାନଙ୍କ ବୈଠକ ଏବଂ ଏସିଆନ କ୍ଷେତ୍ରୀୟ ମଞ୍ଚର ବୈଠକ ପାଇଁ ଭିୟନତିଏନ ଗସ୍ତରେ ଅଛନ୍ତି ଜୟଶଙ୍କର । ବୌଦ୍ଧ ଧର୍ମ ପାଇଁ ଦୀର୍ଘ ବର୍ଷରୁ ଭାରତ ଏବଂ ଲାଓସ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଛି । ତେବେ ଲାଓସ କେବଳ ରାମଲଲାଙ୍କ ପ୍ରତିମା ନୁହେଁ, ବରଂ ମହାତ୍ମା ବୁଦ୍ଧଙ୍କ ପ୍ରତିମାକୁ ମଧ୍ୟ ଡାକ ଟିକେଟରେ ସ୍ଥାନ ଦେଇଛି ।
Related Posts
ପରାମର୍ଶ ଦେବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିଅନ୍ତି ପ୍ରଶାନ୍ତ କିଶୋର
- satakhabar
- November 2, 2024
- 0
ନୂଆଦିଲ୍ଲୀ,୨/୧୧ : ଜନ ସୂରଜ ଦଳର ସଂଯୋଜକ ପ୍ରଶାନ୍ତ କିଶୋରଙ୍କୁ ଜଣେ ଭଲ ରଣନୀତିଜ୍ଞ ଭାବରେ ସମସ୍ତ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା […]
ଗାନ୍ଦେରବଲରୁ ନିର୍ବାଚନ ଲଢ଼ିବେ ଓମାର ଅବଦୁଲ୍ଲା
- satakhabar
- August 27, 2024
- 0
ନୂଆଦିଲ୍ଲୀ, ୨୭/୮ : ଜମ୍ମୁ-କଶ୍ମୀର ବିଧାନସଭା ଆସନ ପାଇଁ ଆଜି ନ୍ୟାଶନାଲ କନଫରେନ୍ସ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ କଂଗ୍ରେସ ସହ ମେଣ୍ଟ କରି ଏଠାରେ ବିଧାନସଭା […]
ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ
- satakhabar
- September 29, 2024
- 0
ଚେନ୍ନାଇ,୨୯/୯ : ମୁଖ୍ୟମନ୍ତ୍ରୀଙ୍କ ପୁଅ ହେଲେ ଉପମୁଖ୍ୟମନ୍ତ୍ରୀ। ଶେଷରେ ସତ ହେଲା ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନାଜଳ୍ପନା। ତାମିଲନଡୁ ସରକାରର ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍କେ […]