ନୂଆଦିଲ୍ଲୀ, ୨୯ /୭ : ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ଆଇଏଏସ କୋଚିଂ ସେଣ୍ଟର ‘ରାଓଜ୍ ଷ୍ଟଡି ସର୍କଲ’ର ବେସ୍ମେଣ୍ଟ ରେ ହଠାତ୍ ପାଣି ପଶିଯାଇଥିଲା। ଯାହାଫଳରେ ସେଠାରେ ଉପସ୍ଥିତ ଥିବା କିଛି ଛାତ୍ରଛାତ୍ରୀ ପାଣିରେ ବୁଡିଯାଇଥିଲେ। ଅଗ୍ନିଶମ ବିଭାଗ ଓ ଏନଡିଆରଏଫ୍ ଯବାନମାନେ ଘଟଣାସ୍ଥଳରୁ ଦୁଇଜଣ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ତେବେ ରବିବାର ଆଉ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ତେବେ ପୁଲିସ୍ ଏହି ଘଟଣାରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ବର୍ତ୍ତମାନ୍ ମୋଟ୍ ଗିରଫଦାରୀ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଏହି ପୂରା ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି। ସୂଚନାଯୋଗ୍ୟ ଏହି କୋଚିଂ ସେଣ୍ଟରର ତଳ ମହଲାରେ ଲାଇବ୍ରେରୀ ରହିଥିଲା। ମୁଖ୍ୟ ରାସ୍ତାରୁ କୋଚିଂ ସେଣ୍ଟରଟି ପ୍ରାୟ ଆଠ ଫୁଟ ତଳେ ଅବସ୍ଥିତ ଥିଲା। ବର୍ଷା ପାଣି ଡ୍ରେନ୍ରେ ପ୍ରବାହିତ ହେଉଥିବାବେଳେ ହଠାତ୍ ଲାଇବ୍ରେରୀର କବାଟ ଭାଙ୍ଗିଯିବାରୁ ପ୍ରଖର ସ୍ରୋତରେ ପାଣି ମାଡିଆସିଥିଲା। ଦୁର୍ଘଟଣା ସମୟରେ ଲାଇବ୍ରେରୀରେ ୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ୧୭ ଜଣ କୌଣସି ପ୍ରକାରେ ଜୀବନ ବଞ୍ଚାଇ ବାହାରକୁ ପଳାଇବାରେ ସମର୍ଥ ହୋଇଥିଲେ। ତେବେ ଦୁଇଜଣ ଛାତ୍ରୀ ଓ ଜଣେ ଛାତ୍ର ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ ତେଲଙ୍ଗାନାର ତାନିଆ ସୋନି, ଉତ୍ତର ପ୍ରଦେଶର ଶ୍ରେୟା ଯାଦବ ଏବଂ କେରଳର ନବୀନ ଡାଲୱିନ । ମୃତକମାନେ ଦୀର୍ଘ ୪ ଘଣ୍ଟା ପାଣିରେ ବୁଡି ରହିବାରୁ ସେମାନଙ୍କର ମୃତ୍ୟୁ ଘଟିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଲାଇବ୍ରେରୀର ଟେବୁଲ ଚୌକିଗୁଡିକ ପାଣିରେ ଭାସୁଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଛି।
Related Posts
ପରାମର୍ଶ ଦେବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିଅନ୍ତି ପ୍ରଶାନ୍ତ କିଶୋର
- satakhabar
- November 2, 2024
- 0
ନୂଆଦିଲ୍ଲୀ,୨/୧୧ : ଜନ ସୂରଜ ଦଳର ସଂଯୋଜକ ପ୍ରଶାନ୍ତ କିଶୋରଙ୍କୁ ଜଣେ ଭଲ ରଣନୀତିଜ୍ଞ ଭାବରେ ସମସ୍ତ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା […]
ମରାଠୀ, ବେଙ୍ଗଲୀ ସମେତ ଏହି ସବୁ ଭାଷାକୁ ମିଳିଲା ଶାସ୍ତ୍ରୀୟ ଭାଷା ମାନ୍ୟତା
- satakhabar
- October 3, 2024
- 0
ନୂଆଦିଲ୍ଲୀ,୩/୧୦: କେନ୍ଦ୍ର ସରକାର ଗୁରୁବାର ମରାଠୀ ଏବଂ ବଙ୍ଗାଳୀ ସମେତ ଆଉ ପାଞ୍ଚଟି ଭାରତୀୟ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରଦାନ କରିଛନ୍ତି। ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇଥିବା ପାଞ୍ଚଟି ଭାଷା ହେଉଛି […]
ଝାଡ଼ଖଣ୍ଡ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ମହେନ୍ଦ୍ର ସିଂ ଧୋନି, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି
- satakhabar
- October 29, 2024
- 0
ନୂଆଦିଲ୍ଲୀ, ୨୯/୧୦ : ନିର୍ବାଚନରେ ମୈଦାନରେ ମହେନ୍ଦ୍ର ସିଂ ଧୋନି । ନିକଟରେ ହେବାକୁ ଥିବା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କୁ ଦେଖିବାକୁ ମିଳିବ । ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ […]