ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଦୁଇ ମୃତ, ୫ ଟ୍ରେନ୍ ବାତିଲ

ନୂଆଦିଲ୍ଲୀ, ୩0/୭ : ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ। ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁରେ ଲାଇନଚ୍ୟୁତ ହୋଇଛି। ଏହାପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ , ଟାଟାନଗର-ଇଟଓ୍ବାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ବାତିଲ ହୋଇଛି। ଆଉ ୪ଟି ଟ୍ରେନ୍ ବାତିଲ୍ ନେଇ ଦକ୍ଷିଣ ପୂର୍ବ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଭୋର୍ ସମୟରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ୍ ଝାଡଖଣ୍ଡର ରାଜଖରସୁଆଁଠାରେ ଲାଇନଚ୍ୟୁତ ହୋଇଛି। ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଏକ୍ସପ୍ରେସଟି ଏକ ମାଲବାହୀକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ ୧୮ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ ଦୁଇ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁଇ ମୃତକ ରାଉରକେଲାର ହୋଇଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଚକ୍ରଧରପୁର ଡିଭିଜନର ରାଜଖରସୁଆଁରୁ ୭ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ରାଉରକେଲା, ଝାରସୁଗୁଡା , ଚକ୍ରଧରପୁର , ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରାଉରକେଲାପାଇଁ୦୬୬୧-୨୫୦୧୦୭୨/୨୫୦୦୨୪୪/୨୫୦୦୨୪୪/୨୫୦୦୧୯୧/୨୫୦୦୧୭୧ନମ୍ବର ରହିଥିବା ବେଳେ ଝାରସୁଗୁଡା ପାଇଁ ହେଲ୍ପଲାଇନ ନମ୍ବର ୦୬୬୪୫-୨୭୨୫୩୦ ରହିଛି। ସେହିପରି ଚକ୍ରଧରପୁର ପାଇଁ ୭୨୭୭୦,୦୬୫୮୭-୨୩୮୦୭୨, ଟାଟାନଗର ପାଇଁ ୦୬୫୭-୨୨୯୦୩୨୪ ରହିଛି।