ସରଳା ଷ୍ଟେସନ ନିକଟରେ ମାଲଗାଡ଼ି ଟ୍ରେନ୍ ଲାଇନ ଚ୍ୟୁତ

ସମ୍ବଲପୁର ପ୍ରତିନିଧି (ଅଭ୍ୟର୍ଥନା ରଣା), ୩୦/୭ : ସମ୍ବଲପୁର ସହର ନିକଟରେ ମାଲଗାଡି ଟ୍ରେନ ଲାଇନ ଚ୍ୟୁତ l ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସମ୍ବଲପୁରର ସିଟି ଷ୍ଟେସନ ନିକଟ ସରଳା ଷ୍ଟେସନ ନିକଟରେ ସମ୍ବଲପୁରରୁ ଝାରସୁଗୁଡ଼ା ପଟକୁ ଯାଉଥିବା ଏକ ମାଲବାହି ଟ୍ରେନର ଗୋଟିଏ ୱାଗନ ଏଗାଜାମିନ ଲାଇନରେ ଲାଇନ ଚ୍ୟୁତ ହୋଇଛି l ତେବେ ଏହାଦ୍ୱାରା କେହି ମୃତାହତ ହୋଇ ନ ଥିବାବେଳେ ଟ୍ରେନ୍ ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି l ଘଟଣାସ୍ଥଳରେ ସମ୍ବଲପୁର ADRM ସହ ଟେକ୍ନିକାଲ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି l ତେବେ ଏହା ଟ୍ରେନ ଚଳାଚଳ କରୁ ନ ଥିବା ୟାର୍ଡ଼ ଲାଇନରେ ଘଟିଛି l କେଉଁ ପରିସ୍ଥିତିରେ ଏହା ଘଟିଛି ତାହା ଜଣାପଡିନି । ତେବେ ଏହି ଘଟଣାର ତଦନ୍ତ ହେବ ବୋଲି ADRM ଆନନ୍ଦ ସିଂ ସୂଚନା ଦେଇଛନ୍ତି l