ସ୍ୱାତୀ ମାଲିୱାଲଙ୍କୁ ମାଡ଼ ଘଟଣା: କେଜ୍ରିୱାଲଙ୍କ ସହଯୋଗୀଙ୍କୁ ମିଳିଲା ଜାମିନ

ଦିଲ୍ଲୀ,୨/୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ଦେଇଛନ୍ତି। ସେ ଆପ୍‌ର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଗିରଫ ହୋଇ ଜେଲରେ ଥିଲେ। ପ୍ରାୟ ୧୦୦ ଦିନ ପରେ ତାଙ୍କୁ ଆଜି ଜାମିନ ମିଳିଛି।ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଆଜି ତାଙ୍କ ଆବେଦନର ଶୁଣାରି କରି ଜାମିନ ପ୍ରଦାନ କରିଛନ୍ତି।

ଶୁଣାଣି ବେଳେ ଜଷ୍ଟିସ ଭୂୟାଁ କହିଥିଲେ ଯେ ବିଭବ କୁମାର ୧୦୦ ଦିନ ହେଲା ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମାମଲାରେ ଚାର୍ଜଶିଟ ମଧ୍ୟ ଦାଖଲ ହୋଇ ସାରିଛି।ଆଘାତ ଚିହ୍ନ(ମାଲିୱାଲ) ମଧ୍ୟ ସାଧାରଣ। ଏହା ଏକ ଜାମିନ ଯୁକ୍ତ ମାମଲା। ଆପଣ ଏହାକୁ ବିରୋଧ କରନ୍ତୁ ନାହିଁ। ଏପରି ଏକ ମାମଲାରେ ଆପଣ ଜଣଙ୍କୁ ଜେଲରେ ରଖି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *