ଭୁବନେଶ୍ୱର,୩୦/୭ : ରାଜ୍ୟ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ପଣ୍ଡିତ ରାଜେଶ ଉତ୍ତମରାଓ ସସ୍ପେଣ୍ଡ ହୋଇଛନ୍ତି। ରାଜେଶଙ୍କ ସସ୍ପେଣ୍ଡ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ହୋଇଛି । ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଛି । କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସସ୍ପେଣ୍ଡ କରାଯାଇଛି । ସସ୍ପେଣ୍ଡ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ, ବିନା ଅନୁମତିରେ ରାଜେଶ ହେଡକ୍ୱାର୍ଟର ଛାଡି ପାରିବେନି ବୋଲି ନିର୍ଦ୍ଦେଶ ରହିଛି।ସୂଚନା ଅନୁସାରେ, ଗତ ୨୭ରେ କ୍ୟାପିଟାଲ ଥାନା ଅଞ୍ଚଳରେ ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଡିଆଇଜି ରାଜେଶ ଦୁର୍ବ୍ୟବହାର କରିଥିଲେ।
ଘରେ ପଶି ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିବା ମହଙ୍ଗା ପଡ଼ିଲା, ଡିଆଇଜି ରାଜେଶ୍ ପଣ୍ଡିତ ସସ୍ପେଣ୍ଡ
