ବାଲୁକାକଳାରେ ସମବେଦନା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ପୁରୀ,୨/୮: କେରଳର ଓ୍ବାୟନାଡ୍‌ରେ ମଙ୍ଗଳବାର ଘଟିଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତକ, ନିଖୋଜ ଏବଂ କ୍ଷତିଗ୍ରସ୍ତଙ୍କୁ ସମବେଦନା ଜଣାଇ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ନିର୍ମାଣ କରିଛନ୍ତି। ଏପରିକି ବାଲୁକାକଳାରେ ଓ୍ବାୟନାଡର ବିଭୀଷିକାକୁ ଦେଖାଇଛନ୍ତି।ସୂଚନା ଯୋଗ୍ୟ, ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୨୯୧ରେ ପହଞ୍ଚି ଥିବାବେଳେ ଏବେ ମଧ୍ୟ ପାଖାପାଖି ୨୦୦ ଲୋକ ନିଖୋଜ ଅଛନ୍ତି। ସେନା, ଯବାନ ଓ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ସହ ରାଜ୍ୟର ଜରୁରୀ ସେବା ବିଭାଗ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *