ଭୁବନେଶ୍ବର,୫/୮ : ମା’ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ପ୍ରଥମ ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ଓଡିଶା ମାଟିର ଗୌରବ ସମ୍ମାନ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ମା’ଧନ ଲକ୍ଷ୍ମୀ ପ୍ରଡ଼କସନ୍ସର ମ୍ୟାନେଜିଂ ଡାଇରେକ୍ଟର ସ୍ମିତା ପାଣିଗ୍ରାହୀ, ପ୍ରଯୋଜକ ଧିରେନ ତ୍ରିପାଠୀ, କାର୍ଯ୍ୟକାରୀ ପ୍ରଯୋଜକ ଲଲାଟେନ୍ଦୁ ଜେନାଙ୍କ ସହିତ ନନ୍ଦନ ଇଣ୍ଟରନେସନାଲର ଶିବରାମ ସାହୁ, ପ୍ରଣୟ ଜେଠୀ, ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ପ୍ରଯୋଜକ ପ୍ରୀତମ, ନିର୍ଦ୍ଦେଶକ ତାପସ ସରଘରିଆ, ରମେଶ ରାଉତ ଏବଂ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନୁରାଗ ମିଶ୍ର, ନିରଞ୍ଜନ ପାଣିଗ୍ରାହୀ ଉତ୍ସବରେ ମା ଧନଲକ୍ଷ୍ମୀ ପ୍ରଡ଼କସନ୍ସ ବିଷୟରେ ମନ୍ତବ୍ୟ ଦେଇଥିଲେ l ଆଜି ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ତରଫରୁ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା l ସେମାନଙ୍କ ମଧ୍ୟରୁ ସିମ୍ରନ ଦାସ, ଆଦି, ଦିବ୍ୟା, ରାକେଶ, ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପାଣିଗ୍ରାହୀ, କୁକିଜ୍ ସ୍ୱାଇଁ, ସୁମନ ପଟ୍ଟନାୟକ, ହିରଣ୍ମୟୀ, ଜୀବନ ପଣ୍ଡା, ବ୍ରଜ ସିଂ, ଗୁଡ୍ଡୁ, ହରିହର ଦାସ, ବ୍ଲାକ ରବି, ଦେବସ୍ମିତା ପଣ୍ଡା, ଦେବଯାନୀ, ହରିହର ମହାପାତ୍ର, ରବି ମିଶ୍ର, ନିକିତା ପାତ୍ର, ପ୍ରତିଭା ପଣ୍ଡା ଆଦି ଅନେକ ପ୍ରତିଷ୍ଠିତ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା l ତା’ସହିତ ମା ଧନ ଲକ୍ଷ୍ମୀ ପ୍ରଡ଼କସନ୍ସ ର ଦ୍ଵିତୀୟ ଅବଦାନ “କେମିତି ପ୍ରେମ” ର ଟ୍ରେଲର ରିଲିଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଭୂମିକାରେ ଧିରେନ, ରାକେଶ, ପ୍ରିୟଙ୍କା ସାହୁ ଓ ପ୍ରିୟଙ୍କା ପାଣିଗ୍ରାହୀ ଅଭିନେତ୍ରୀ ସହ ଗୁଡ୍ଡୁ, ଲଲାଟ, ସୁଶାନ୍ତ, ଶୁଶୁ କମେଡିନ୍ ଆଉ ମୁଖ୍ୟ ଭିଲିଆନ ରମେଶ ନାୟକ (ରାବଣ) ଅଭିନୟ କରିଛନ୍ତି l ଏହାର ପ୍ରଯୋଜନା କରିଛନ୍ତି ଧିରେନ ତ୍ରିପାଠୀ, ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କାଳୀ ପ୍ରସାଦ ପଣ୍ଡା l ଗୀତ ଗୁଡିକ ଗାଇଛନ୍ତି ସ୍ୱୟଂ ପାଢ଼ୀ, ବିଷ୍ଣୁ ମୋହନ କବି, ତାରିକ ଅଜିଜ, ଅନ୍ତରା ଚକ୍ରବର୍ତ୍ତୀ, ଅର୍ପିତା ପଣ୍ଡା l ମଞ୍ଚ ପରିଚାଳନାରେ କେପି ଏବଂ ଗୁଡ୍ଡୀ ଥିଲେ l
Related Posts
ପରଦାକୁ ଆସିଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’
- satakhabar
- September 27, 2024
- 0
ମୁମ୍ବାଇ, ୨୭/୯ : ଜୁନିଅର ଏନଟିଆରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା: ପାର୍ଟ -୧’ ଆଜି ରିଲଜ ହୋଇଯାଇଛି । ଏହି ଚଳଚ୍ଚିତ୍ର ରିଲିଜ ନେଇ ଫ୍ୟାନ୍ସ ବିଭିନ୍ନ ସହରରେ ଦମଦାର ସ୍ୱାଗତ କରିଛନ୍ତି […]
ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ !
- satakhabar
- September 12, 2024
- 0
ଭୁବନେଶ୍ୱର,୧୨/୯ : ଭି.କେ ପାଣ୍ଡିଆନଙ୍କୁ ନେଇ ଆସୁଛି ଓ୍ବେବ ସିରିଜ । କଞ୍ଚାଲଙ୍କା ଓଟିଟିର କୋ ଫାଉଣ୍ଡର ତଥା ମ୍ୟାନେଜିଂ ଡାଇରେକ୍ଟର ବିଭୁ ରଥ ତାଙ୍କର ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଛନ୍ତି । […]
ଜୀ ସାର୍ଥକରେ, ‘ରଜ କୁଇନ’ ୨୦୨୪ର ଗ୍ରାଣ୍ଡ ଫିନାଲେ ସନ୍ଧ୍ୟା ୬: ୩୦ରେ, ୩୦ଟି ରଙ୍ଗରେ ଭରିଯିବ ଏଇ ରବିବାରର ସନ୍ଧ୍ୟା
- satakhabar
- July 31, 2024
- 0
ଭୁବନେଶ୍ବର,୩୧/୭ : ଓଡିଶାର ୧ ନମ୍ବର ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ […]