ଲିଙ୍ଗରାଜ ମହୋତ୍ସବର ତୃତୀୟ ସନ୍ଧ୍ୟା

ଭୁବନେଶ୍ଵର, ୧୮/୪ : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥୀ, ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ, ବାଙ୍ଗାଲୋର ସାମ୍ବାଦିକ ରାଜନ କୁମାର ଆଚାର୍ଯ୍ୟ, ଚିନ୍ତା ଚେତନାର ମହାସଚିବ ସୁରେନ୍ଦ୍ର ଦାସ, ସମାଜସେବୀ ରଶ୍ମି ମହାପାତ୍ର, ଅକ୍ଷୟ ଜେନା, ଭୁବନେଶ୍ୱର ଓକିଲ ସଙ୍ଘ ସଭାପତି କୁନ୍ଦନ ରଥ, ସମ୍ପାଦକ ଦୀପକ ଦାଶ, ଉପସଭାପତି ଦୁର୍ଗା ପ୍ରସାଦ ସାହୁ, ଯୁଗ୍ମ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ କାଯ୍ୟକାରୀ କମିଟି ସଭ୍ୟମାନେ ସମେତ ଗୁରୁ ଗଜେନ୍ଦ୍ର ପଣ୍ଡା, ପ୍ରତିଭା ପଣ୍ଡା ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ଡ଼ ସୁଜାତା ମିଶ୍ର ଓ ସାଥୀଙ୍କ ଦ୍ୱାରା ଶିବତାଣ୍ଡବ ନୃତ୍ୟ ଓ ଡ୍ୟାନ୍ସ ଡ୍ରାମା ପରିବେଶତ ହୋଇଥିଲା। ପରେ କୋଲକାତାରୁ ଗୁରୁ ତାପସ ଦେବନାଥ ଓ ସାଥିଙ୍କ ଦ୍ୱାରା କଥକ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ବିଶାଖାପାଟଣାରୁ ଆସିଥିବା ରାଧେଶ୍ୟାମ ତରାଇଙ୍କ କୁଚୁପୁଡି ନୃତ୍ୟ, ଗୁରୁ ରମାକାନ୍ତ ସାହୁ ଓ ସାଥୀଙ୍କ ଦ୍ୱାରା ମହାକାଳୀ ମହାଦୁର୍ଗା ନୃତ୍ୟ, ଶ୍ରୀ ସାଇ ଅନୁଷ୍ଠାନ ପକ୍ଷରୁ କ୍ରି୍ଏଟିଭ ନୃତ୍ୟ, ରାଉଲକେଲାର ଅଷ୍ଟ କଳାକେନ୍ଦ୍ର ଅନୁଷ୍ଠାନ ପକ୍ଷରୁ ଲୋକନୃତ୍ୟ ପରିବେଷଣ କରିଥଲେ। ବାସୁଦେବ ନାଥ ଏହାକୁ ସଂଯୋଜନା କରିଥିଲେ ।