ଭୁବନେଶ୍ବର,୫/୮ : ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକ କେବଳ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ନୁହେଁ ବରଂ ଭିନ୍ନ ଭିନ୍ନ ରୋଚକ କାହାଣୀକୁ ନେଇ ନିର୍ମିତ ଫିଲ୍ମ ଦେଇ ଓଡ଼ିଶାର ଦର୍ଶକଙ୍କ ମନ ଜିତିଛି । ଆସନ୍ତା ୧୧ ତାରିଖ ରବିବାର ସନ୍ଧ୍ୟା ୬:୩୦ ଦେଖିବେ ‘ପୋଲିସ ବାବୁ ୨’ କେବଳ ଜୀ ସାର୍ଥକରେ । ସମରେଶ ରାଉତରାୟ ପ୍ରଯୋଜିତ ଓ ଶୈଳେନ୍ଦ୍ର ପରିଡା ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଡଃ ରଜନୀ ରଞ୍ଜନ । ରାଜ ଜଣେ ଦୁର୍ନୀତିଗ୍ରସ୍ତ ପୋଲିସ ଅଫିସର ଯିଏ ନିଜର ବିଧବା ମା’ଙ୍କ ସହ କଟକରେ ରୁହନ୍ତି ଓ ଅଧିକା ଲାଞ୍ଚ ଲୋଭରେ ଯାଜପୁରକୁ ନିଜର ଟ୍ରାନ୍ସଫର କରିଛି । ସେଠାରେ ସେ ପାଇଛି ନିଜର ଜୀବନ ସାଥିକୁ କିନ୍ତୁ ନିଜ କର୍ମ ପାଇଁ ବିଜୁଳି ଯିଏକି ଜଣେ ଆଇନ୍ ଛାତ୍ରୀ ତାକୁ ନା ପସନ୍ଦ କରିଛି । ସମୟ କ୍ରମେ ରାଜ ଜାଣିବାକୁ ପାଇଛି ନିଜର ମା’ର ବିଧବା ହେବାର କାରଣ । କିପରି ଜଣେ ସଚ୍ଚୋଟ ପୋଲିସ ଅଫିସର ନିଜ ଜୀବନ ହାରିଛନ୍ତି ଆଉ କିଏ ତାଙ୍କୁ ମାରିଛି ? ତେବେ ରାଜ କ’ଣ ନିଜ ବାପାଙ୍କୁ ମାରିଥିବା ଲୋକଙ୍କୁ ଶାସ୍ତି ଦେଇପାରିବ ? ବିଜୁଳି ସହିତ ତା’ର ସମ୍ପର୍କ କ’ଣ ଆଗକୁ ବଢିବ? ଏମିତି ବହୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର ଶେଷରେ । ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଓଡ଼ିଶାର ଲୋକପ୍ରିୟ କଳାକାର ମଣ୍ଟୁ, ଅନୁରାଧା ଓ ସମରେଶ ରାଉତରାୟ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୁଡଲି ରଥ ଓ ଗୀତ ଗୁଡିକୁ ଲେଖିଛନ୍ତି ସୂର୍ଯ୍ୟ ମହାପାତ୍ର ଓ ବାପୁ ଗୋସ୍ଵାମୀ । କଣ୍ଠଦାନ କରିଛନ୍ତି ଲିପ୍ସା , କୁଳଦୀପ, ଅନନ୍ୟା, ସୁଶାନ୍ତ, ଅନୁରାଧା ଏବଂ ନେହା ନିହାରିକା l ଓଡ଼ିଶାର ଦର୍ଶକ ସବୁବେଳେ ଓଡ଼ିଆ ଫିଲ୍ମ ଦେଖିବାକୁ ରୁଚି ଦେଖାଉଛନ୍ତି । ବିଗତ ଦିନରେ ଜୀ ସାର୍ଥକରେ ଅନେକ ଗୁଡ଼ିଏ ସୁନ୍ଦର ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଦର୍ଶକଙ୍କର ଇଚ୍ଛା ଓ ରୁଚି ଦେଖି ନିଚ୍ଛକ କାହାଣୀ ବା ୟୁନିକ କନସେପ୍ଟ ଥିବା ଫିଲ୍ମକୁ ଗୁରୁତ୍ଵ ଦେଇ ଆମେ ଆଣିଛୁ ଏହି ଫିଲ୍ମ ତେଣୁ ଏହି ଫିଲ୍ମଟି ଆମର ସବୁ ଫିଲ୍ମ ପରି ଦର୍ଶକଙ୍କ ମନ ଜିତିବ ବୋଲି ମୋର ଆଶା ଓ ବିଶ୍ବାସ ବୋଲି କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ଶ୍ରୀ ପ୍ରତୀକ ସିଲ୍ ।
Related Posts
‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏହାର ପୁରା ଟିମ
- satakhabar
- September 2, 2024
- 0
ଭୁବନେଶ୍ୱର, ୨/୯ : ଆଜି ଲୋକସଭା ଭବନରେ ଓଡ଼ିଆ ଚଳଚ୍ଚିତ୍ର ‘ଆଶ୍ରମ’କୁ ଟ୍ୟାକ୍ସ ଫ୍ରି କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଏହାର ପୁରା ଟିମ୍ । ‘ଆଶ୍ରମ’ ଫିଲ୍ମକୁ ଟ୍ୟାକ୍ସ ଫ୍ରିକୁ […]
ମୁକ୍ତିଲାଭ କଲା ଓଡ଼ିଆ ଚଳଚ୍ଚିତ୍ର ଆଭା, ସାରା ଓଡ଼ିଶାରେ ବିଭିନ୍ନ ମହଲରୁ ଭୁୟସୀ ପ୍ରଶଂସା
- satakhabar
- September 13, 2024
- 0
ଭୁବନେଶ୍ବର, ୧୩/୯ : ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଭା” ଜଣେ ଭିନ୍ନକ୍ଷମ ନାରୀର କାହାଣୀ ଓଡ଼ିଶାର ୧୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ସ୍ଵାତି ସିନେପ୍ଲେକ୍ସରେ […]
ଜୀ-ସାର୍ଥକ ‘ଦିଦି ନମ୍ବର ୧’ ଯାକପଟ ରାଉଣ୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଲେ କଳାହାଣ୍ଡିର ତୁଲାସା ନାୟକ
- satakhabar
- July 17, 2024
- 0
ଭୁବନେଶ୍ବର,୧୭/୭ : ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି । […]