ଚୁଲିମାଲ ଗାଁରେ ଗୁଳିକାଣ୍ଡ, ପୋଲିସ ପିସ୍ତଲରୁ ଗୁଳି ଫୁଟି ୨ ମୃତ

ବିନିକା,୬/୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଚୁଲମାଲ ଗାଁରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁଳି ମାଡ଼ରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ପୋଲିସ କର୍ମଚାରୀଙ୍କ ସର୍ଭିସ ପିସ୍ତଲରୁ ଏହି ଗୁଳି ଫୁଟିଥିବା ଜଣାପଡ଼ିଛି । ପ୍ରକାଶ ଯେ, ବଚସାରୁ ଏହି ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ପୋଲିସ ଏକ ଖୋଲା ପଡ଼ିଆରୁ ୨ଜଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରି ଡାକ୍ତରଖାନା ପଠାଇଛି ।