ଆଳୁ ଭିତରେ ନବୀନ ଖୋଜୁଛନ୍ତି କି ସିମ୍ପାତ୍ତି !

ଭୁବନେଶ୍ୱର, ୭/୮ : ରାଜ୍ୟରେ କିଛି ଦିନ ହେବ ଆଳୁକୁ ନେଇ ଦେଖା ଦେଇଛି ରାଜନୀତି l ଆଳୁ ଏକ ନୀତି ବ୍ୟବହାର୍ଯ୍ୟ ଖାଦ୍ୟ l ପ୍ରତ୍ୟେକ ଦିନ ସମସ୍ତଙ୍କ ଘରେ ସକାଳୁ ଉଠିଲେ ଆଳୁ ଖୋଜା ପଡେ l ମାତ୍ର ଏବେ ତାହା ଯେମିତି ପରିବା ଡଲାରୁ ଦୂରେଇ ଦୂରେଇ ଯାଉଛି l ଆଉ ଏହାକୁ ନେଇ ରାଜନୈତିକ ରୁଟି ସେକିବାରେ ବ୍ୟସ୍ତ ବିରୋଧୀ ଦଳ l
ଆଳୁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ l ତୁହାକୁ ତୁହା ବସୁଛି ବୈଠକ l ପଡୋଶୀ ରାଜ୍ୟ ସହ ହେଉଛି ଆଲୋଚନା l କିଭଳି ଭାବେ ସହଜରେ ସାଧାରଣ ଲୋକେ ଆଳୁ ପାଇପାରିବେ l ତାହାକୁ ନେଇ ଚାଲିଛି ତର୍ଜମା l ପ୍ରତ୍ୟେକ ଦିନ କିଛି ନୂଆ ନୂଆ ଖବର ଆସୁଛି l ମନ୍ତ୍ରୀ ମଧ୍ୟ ରେଟ ଚାଟ ପ୍ରସ୍ତୁତ କରୁଛନ୍ତି l ମାତ୍ର ମାର୍କେଟରେ ଆଳୁର ଦର କମିବାରେ ନାଁ ଧରୁନି l ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି l ରାଜ୍ୟରେ ନୂତନ ସରକାର ଗଢ଼ିଥିବା ବେଳେ କିନ୍ତୁ ମୁଖ୍ୟ ସମସ୍ୟା ପାଲଟିଛି ଆଳୁ l ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ପଡୋଶୀ ରାଜ୍ୟର ମୁଖମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି l କିନ୍ତୁ କିଛି ସୁଫଳ ମିଳୁନଥିବା ଦେଖା ଦେଇଛି l
ଟ୍ୱିନ୍‌ ସିଟି ଠାରୁ ଆରମ୍ଭ କରି ପୁଣି ସାରା ରାଜ୍ୟରେ ଚଢା ଦରରେ ଆଳୁ ବିକ୍ରି ହେଉଛି । ଆଳୁ କେଜି ଛୁଇଁଛି ୬୦ । କଟକ ଛତ୍ରବଜାର, ଭୁବନେଶ୍ୱର ଆଇଗିଣିଆ ଗୋଦାମରେ ଦେଖାଦେଇଛି ଆଳୁ ସଙ୍କଟ । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ ଆସିପାରୁନଥିବାରୁ ଘନଉଛି ଆଳୁ ନିଆଁ । ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ଆଳୁ ଆସିପାରୁ ନଥିବାରୁ ବଜାରରେ ଆଳୁ ଅଭାବ ଦେଖାଦେଇଛି । କଟକ, ଭୁବନେଶ୍ୱରରେ ଆଳୁ କେଜି ଦିନକରେ ୨୦ରୁ ୨୫ ଟଙ୍କା ବଢିଛି । ବଜାରରୁ ଆଳୁ ପୁଣି ଉଭାନ ହେଉଥିବା ବେଳେ ବ୍ୟବସାୟୀ ପୁଣି ମନ ଇଚ୍ଛା ଦର କଷିବା ଆଶଙ୍କା ବଢିଛି । କଟକରେ ଆଳୁ କେଜି ୫୦ ଟଙ୍କାରେ ପହଞ୍ଚିଛି । ସେହିପରି ଭୁବନେଶ୍ୱର ଆଇଗିଣିଆ ଆଳୁ ଗୋଦାମରେ ଆଳୁ ନାହିଁ ।
ସୂଚନାନୁଯାୟୀ, ରାଜ୍ୟରେ ଆଳୁର ଅଭାବ ଦୂର କରିବା ଲାଗି ରାଜ୍ୟ ସରକାର ପଞ୍ଜାବରୁ ଆଳୁ ଆଣିବାକୁ ଯୋଜନା କରିଛନ୍ତି। ରାଜ୍ୟରେ ଆଳୁର ଆବଶ୍ୟକତା ମେଣ୍ଟାଇବା ପାଇଁ ବର୍ତ୍ତମାନ ଉତ୍ତର ପ୍ରଦେଶରୁ ଆଳୁ ଅଣାଯାଉଛି। ଦରକାର ପଡ଼ିଲେ ପଞ୍ଜାବରୁ ଆଳୁ ଆସିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୋମବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ପୂର୍ବରୁ ପଶ୍ଚିମବଙ୍ଗ ଆଳୁ ଉପରେ ଓଡ଼ିଶା ନିର୍ଭର କରୁଥିଲା। ହେଲେ ନିକଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରିଦେବା ପରେ ରାଜ୍ୟରେ ଆଳୁ ଦର ୬୦ ଟଙ୍କା ଛୁଇଁଥିଲା, ଯାହାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ଘୋଷଣା କରିଥିଲେ।
ଏହାରି ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛି ଦିନ ପୂର୍ବରୁ ଆଳୁକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ l ଯାହା ପରେ ଆରମ୍ଭ ହୋଇଥିଲା ଆଳୁ ରାଜନୀତି l କେହି କେହି ମଧ୍ୟ ଏହାକୁ ନବୀନଙ୍କ ଗୋଟି ଚାଳନା ବୋଲି କହିବାକୁ ପଛେଇ ନଥିଲେ l ସାଧାରଣରେ ଏହାକୁ ନେଇ ବହୁ ଆଲୋଚନା ବି ହୋଇଥିଲା l କୁହାଯାଉଥିଲା କି ନବୀନ ଆଳୁରୁ ଖୋଜୁଛନ୍ତି କି ସିମ୍ପାତ୍ତି l ରାଜ୍ୟର ବିକାଶ ପାଇଁ ବିରୋଧୀ ଦଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ମାତ୍ର ଆଳୁ ରାଜନୀତିରେ ନବୀନଙ୍କ ଏଣ୍ଟ୍ରି ରାଜନୈତିକ ମହଲରେ କିଛି ଟା ଚର୍ଚ୍ଚାର ଖୋରାକ ଯୋଗାଇଥିଲା l ଯେହେତୁ ମମତା – ନବୀନଙ୍କ ମଧ୍ୟରେ ସମ୍ପର୍କ ଭଲ ଏହାର ସୁଯୋଗ ନେଇ ନବୀନ ଆଳୁ କାର୍ଡ ଖେଳି ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରିଥାଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
ସେ ଯାହାବି ହେଉ ମାତ୍ର ସାଧାରଣ ଲୋକେ କିଭଳି କମ ମୂଲ୍ୟରେ ଆଳୁ ପାଇପାରିବେ ତାହାକୁ ନେଇ ସାଧାରଣରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l

Leave a Reply

Your email address will not be published. Required fields are marked *