ମୁଖ୍ୟମନ୍ତ୍ରୀ ହେବାକୁ ଇଂରାଜୀ ଓ ହିନ୍ଦୀ ଜ୍ଞାନ ଆବଶ୍ୟକ କି ?

ଭୁବନେଶ୍ୱର, ୧୩/୮ : ଦୀର୍ଘ ବର୍ଷ ବିଜେଡି ଶାସନ ଗାଦିରେ ବସିବା ପରେ ରାଜ୍ୟରେ ନୂତନ ସରକାର ଆସିଛି l ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତାକୁ ଆଧାର କରି ବିଜେପି ଶାସନ ଗାଦିକୁ ଆସିଛି l ମାତ୍ର ନିର୍ବାଚନ ପରେ ବିଜେପିର ଓଡ଼ିଆ ଅସ୍ମିତା ଶବ୍ଦକୁ ନେଇ ଚର୍ଚ୍ଚା ଥମୁନି l ସୋସିଆଲ ମିଡିଆରେ ଓଡ଼ିଆ ଅସ୍ମିତାକୁ ନେଇ ସବୁବେଳେ ଟାର୍ଗେଟରେ ବିଜେପି
l
ଶାସକ ଦଳ ବିପକ୍ଷରେ ବିରୋଧୀଙ୍କ ଓଡ଼ିଆ ଅସ୍ମିତା ତୀର l ଓଡ଼ିଆ ଅସ୍ମିତାକୁ ନେଇ ସବୁବେଳେ ଟାର୍ଗେଟରେ ଶାସକ ଦଳ l ସୋସିଆଲ ମିଡିଆରେ ତୁହାକୁ ତୁହା ଟାର୍ଗେଟ l ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l ମୁଖ୍ୟମନ୍ତ୍ରୀ ହେବାକୁ କ’ଣ ଇଂରାଜୀ ଓ ହିନ୍ଦୀ ଜାଣିବା ନିହାତି ଆବଶ୍ୟକ l
ଗତକିଛି ଦିନରୁ ଯଦି ହେବ ଯଦି ଲକ୍ଷ୍ୟ କରିବା ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ଭାଷାଗତ ତ୍ରୁଟି ଦେଖିବାକୁ ମିଳୁଛି l ଭାଷଣ ହେଉ କିମ୍ବା ଶୁଭେଚ୍ଛା ଜଣାଇବାବେଳେ l
ଠିକ ଏମିତି ଏକ ଭିଡିଓ ଏବେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି l ଭାରତୀୟ ହକି ଦଳ ଅଲମ୍ପିକରେ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ l ମାତ୍ର ସେଥିରେ ଭାଷାଗତ ତ୍ରୁଟି କିଛି ଦେଇଥିଲା l ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଝଡ଼ l ଏହାକୁ ଦେଖି ସାଧାରଣ ଲୋକଙ୍କ ମନରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ମୁଖ୍ୟମନ୍ତ୍ରୀ ହେବାକୁ କ’ଣ ନିହାତି ଇଂରାଜୀ ଏବଂ ହିନ୍ଦୀ ଜାଣିବା ଆବଶ୍ୟକ l

ଅଧାରୁ ଅଧିକ ଲୋକେ ଏହି ମତ ଉପରେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ମଧ୍ୟ ପଛାଉ ନାହାନ୍ତି l ଫଳରେ ରାଜ୍ୟର ଅପମାନ ହେଉଛି ମାତ୍ର ବିରୋଧୀଙ୍କୁ କିନ୍ତୁ ଏହାକୁ ଅସ୍ତ୍ର କରିବାକୁ ସୁହାଉଛି l ଏ ପ୍ରସଙ୍ଗ ଲେଖିବାର ଉଦ୍ଦେଶ୍ୟ କାହାକୁ ଇଙ୍ଗିତ କରିବା ନୁହେଁ l

ଏ ପ୍ରସଙ୍ଗ ଆମେ ଏଥିପାଇଁ ନେଲୁ କି ସାଧାରଣରେ ବାରମ୍ବାର ଗୋଟିଏ ଭିଡ଼ିଓକୁ ସୋସିଆଲ ମିଡିଆରେ ଛଡା ଯାଇ ଏହାଦ୍ୱାରା ମୁଖ୍ୟମନ୍ତ୍ରୀ ପଦର ମର୍ଯ୍ୟଦା ହାନି ହେଉ ନାହିଁକି l ଏହା ସବୁଠାରୁ ଏବେ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟିଛି ଏଥିପ୍ରତି ସରକାର ଦୃଷ୍ଟି ଦେବା ଆବଶ୍ୟକ ହୋଇପଡିଛି ଏବେ l ଯେତେବେଳେ ବି କିଛି ଭିଡ଼ିଓ ସାମ୍ନାକୁ ଆସୁଛି ତାହା ଉପରେ ପୁଙ୍ଖାନୁପୁଙ୍ଖ ଦୃଷ୍ଟି ଦେଇ ସରକାର ଏହାକୁ ଲୋକଙ୍କ ସାମ୍ନାକୁ ଆଣିବା ଆବଶ୍ୟକ l ନ ହେଲେ ଏଭଳି ଭିଡ଼ିଓକୁ ଦ୍ୱାହି ଦେଇ ବିରୋଧୀଙ୍କୁ ଶାସକ ଦଳକୁ ଟାର୍ଗେଟ କରିବାକୁ ଏକ ପ୍ରସଙ୍ଗ ମିଳିଯିବ l

ପ୍ରକାଶ ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଆ ଭାଷଣ ଆମେ ଶୁଣିଛେ କିନ୍ତୁ ଏବେ ଆମେ ଜଣେ ଓଡ଼ିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ପାଇବା ପରେ କଣ ପାଇଁ ଏବେ ବିରୋଧୀଙ୍କ ଦେହ ସହୁନି ତାହାବି କିଛି ଲୋକ କୁହାକୁହି ହେଉଛନ୍ତି l

ପୁଣି ଥରେ କହି ରଖୁଛୁ “ସତ ଖବର” କେବେ କାହାର ମର୍ଯ୍ୟଦା ହାନି ଖବର ପରିବେଷଣ ଉପରେ ଗୁରୁତ୍ୱ ଦିଏନି l ସମାଜରେ ଘଟୁଥିବା ସତ୍ୟ ଖବର ଉପରେ ସବୁବେଳେ ନଜର ରଖିଥାଏ l

Leave a Reply

Your email address will not be published. Required fields are marked *