ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର ; ଚଳୁ ହୋଇଗଲା ୧୦କୋଟି

ଭୁବନେଶ୍ୱର, ୨୯/୯ : ଟ୍ରେଡିଂ ନାଁରେ ବାମ୍ଫ ନେଲେ ଡାକ୍ତର । ଆଉ ଚଳୁ ହୋଇଗଲା ୧୦କୋଟିରୁ ଅଧିକ ଟଙ୍କା । ନାମ ନେଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ଶନିବାର ଦୁଇ ସାଇବର ଠକଙ୍କୁ ରାଜସ୍ଥାନରୁ ଗିରଫ କରିଛି ।ଏଥିସହ ସେମାନଙ୍କ ଆକାଉଣ୍ଟରେ ଥିବା ୫ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ପୁଲିସ୍‌ । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାଜସ୍ଥାନ ଚୁରୁ ଜିଲ୍ଲା ରତନ ନଗର ଥାନା ଅଞ୍ଚଳର ନବୀନ କୁମାର ଜାହାଙ୍ଗିର ଓ ମୁକେଶ କୁମାର ସିଲା । ଉଭୟ ପାଠ ପଢ଼ୁଛନ୍ତି ।

ନବୀନ ବିଏ ପଢ଼ୁଥିବାବେଳେ ମୁକେଶ ଯୁକ୍ତ ୨ରେ ପାଠ ପଢ଼ୁଛନ୍ତି । ଏମାନଙ୍କ କାମ ହେଲା ଠକେଇ କରିବା । ଟ୍ରେଡିଂ ନାଁ ଲୋଭ ଦେଖାଇ ଲିଙ୍କ ପଠାଉଥିଲେ ଓ ଆଉ ଟଙ୍କା ଇନ୍‌ଭେଷ୍ଟ ହେବା ପରେ ଆଖି ପିଛୁଳାକେ ଆକାଉଣ୍ଟ ଖୋଳ କରିଦେଉଥିଲେ । ନବୀନ ଓ ମୁକେଶଙ୍କ ଏହି ଟ୍ରେଡିଂ ଜାଲରେ ପଡିଥିଲେ ଭୁବନେଶ୍ୱର କସ୍‌ମୋପଲିରେ ରହୁଥିବା ଜଣେ ଡାକ୍ତର ।

Leave a Reply

Your email address will not be published. Required fields are marked *