୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା : ସାଉଥ୍ ଫିଲ୍ମର ଜଲଓ୍ବା

ନୂଆଦିଲ୍ଲୀ,୧୬/୮ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶୁକ୍ରବାର ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଦେଶର ସବୁଠାରୁ ସମ୍ମାନଜନକ ସିନେମା ପୁରସ୍କାର ଭାବରେ ଏହା ଜଣାଶୁଣା । ଚଳିତ ଥର ସେହି ଚଳଚ୍ଚିତ୍ରଗୁଡ଼ିକ ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି ଯେଉଁ ଗୁଡ଼ିକ ୧ ଜାନୁଆରୀ ୨୦୨୨ରୁ ୩୧ ଡିସେମ୍ବର ୨୦୨୨ ମଧ୍ୟରେ ଫିଲ୍ମ ସେନ୍ସର ବୋର୍ଡ ଦ୍ୱାରା ସେନ୍ସର ସାର୍ଟିଫିକେଟ୍ ଦିଆଯାଇଛି। ଚଳିତ ବର୍ଷ ମନୋଜ ବାଜପେୟୀଙ୍କ ଫିଲ୍ମ ‘ଗୁଲମୋହର’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ପାଇଛି। ରିଷଭ ଶେଟ୍ଟୀ ତାଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘କାନ୍ତାରା’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର । ୟଶ-ଷ୍ଟାରର୍‌ ‘କେଜିଏଫ: ଅଧ୍ୟାୟ ୨’ ହେଉଛି ସର୍ବଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର। ୭୦ତମ ଜାତୀୟ ଫିଲ୍ମ ପୁରସ୍କାରରେ ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି।ମାଲାୟାଲମ ଚଳଚ୍ଚିତ୍ର ‘ଆଟ୍ଟମ’ ପାଇଁ ଆନନ୍ଦ ଏକାର୍ସିଙ୍କୁ ଶ୍ରେଷ୍ଠ ସ୍କ୍ରିନ ରାଇଟର୍‌ ପୁରସ୍କାର ମିଳିଛି। ‘ତିରୁଚିତ୍ରମ୍ବଲମ’ ପାଇଁ ନିତ୍ୟା ମେନେନ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଏବଂ ମାନସୀ ପାରେଖ ‘କୁଚ ଏକ୍ସପ୍ରେସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

Leave a Reply

Your email address will not be published. Required fields are marked *