ନୂଆଦିଲ୍ଲୀ,୧୬/୮ : ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି । ଏଥିରେ ‘ଦମନ’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଛି । ଚଳଚ୍ଚିତ୍ରର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ। ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀକୁ ପରଦାରେ ପ୍ରଦର୍ଶିତ କରାଯାଇଥିଲା। ଏହାର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା । ପ୍ରଯୋଜନା କରିଛନ୍ତି ଦୀପେନ୍ଦ୍ର ସାମଲ । ଜେପି ୱାର୍ଲଡ୍ସ୍ମିଥ୍ ଓ ବାପୁ ଗୋସ୍ବାମୀଙ୍କ ରଚିତ ଗୀତଗୁଡ଼ିକୁ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କ ଟିମ୍। ଦୀପେନ୍ଦ୍ର ସାମଲ ଫିଲ୍ମର ପ୍ରଯୋଜକ। ଏଥିରେ ଓଲିଉଡର ଲୋକପ୍ରିୟ ନାୟକ ବାବୁସାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।
Related Posts
ପଞ୍ଜାବୀ ଗାୟକ ଏପି ଧିଲୋନଙ୍କ କାନାଡା ବାସଭବନ ବାହାରେ ଗୁଳିକାଣ୍ଡ
- satakhabar
- September 2, 2024
- 0
ଭାନକୁଭର,୨/୯ : ପଞ୍ଜାବୀ ଗାୟକ ଅମୃତପାଲ ସିଂହ ଓରଫ ଏପି ଧିଲୋନଙ୍କ କାନାଡାରେ ଥିବା ତାଙ୍କ ଭାନକୁଭର ବାସଭବନ ବାହାରେ ଗୁଳିକାଣ୍ଡ ହୋଇଛି। ତେବେ ଏଥିରେ ଧିଲୋନଙ୍କ କୌଣସି କ୍ଷତି ହୋଇନାହିଁ । ଗତକାଲି […]
ଥାଲାପତି ବିଜୟ ଫିଲ୍ମରୁ ସନ୍ୟାସ ଘୋଷଣା କଲେ
- satakhabar
- September 14, 2024
- 0
ଚେନ୍ନାଇ,୧୪/୯ : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଥାଲାପତି ବିଜୟ ଆଉ ଫିଲ୍ମରେ ଦେଖାଯିବେ ନାହିଁ। ଅଭିନେତା ଫିଲ୍ମରୁ ସନ୍ୟାସ ନେବାକୁ ମନସ୍ଥ କରିଛନ୍ତି। ନିଜ ପ୍ରଡକ୍ସନ୍ ହାଉସ୍ ଦ୍ବାରା ଏକ ଭିଡ଼ିଓ ରିଲିଜ୍ […]
ଜୀ-ସାର୍ଥକର ଲୋକପ୍ରିୟ ମେଗା ଧାରାବାହିକ, ‘ସନ୍ଧ୍ୟା ରାଗିଣୀ’ରେ ଅଲଗା ହେବେ ସନ୍ଧ୍ୟା ଓ ରାଗିଣୀ
- satakhabar
- June 29, 2024
- 0
ଭୁବନେଶ୍ୱର, ୨୯/୬ : ଓଡ଼ିଶାର ଘରେ ଘରେ ପରିଚିତ, ରାଜ୍ୟର ୧ ନମ୍ବର ମନୋରଞ୍ଜନ ଚ୍ଯାନେଲ ଜୀ ସାର୍ଥକର ଗୋଟିଏ ପରେ ଗୋଟିଏ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ ଦର୍ଶକଙ୍କ ମନ ଜିତିଛି […]