ସିନେ ସମୀକ୍ଷକମାନଙ୍କୁ ଖାତିର କରୁନାହାନ୍ତି ସ୍ୱରାଜ ବାରିକ…

ଭୁବନେଶ୍ୱର, ୫/ ୧0 : ଓଡ଼ିଆ ସିନେମାରେ କେବେ ଠୁ କପି ବନ୍ଦ ହୋଇଗଲାଣି l ଯେଉଁମାନେ ସମୀକ୍ଷା କରୁଛନ୍ତି ସେମାନଂକୁ ମୁଁ ସମୀକ୍ଷକ ଭାବେ ଦେଖେ ନାହିଁ… (ସ୍ୱରାଜ)

ସ୍ୱରାଜ ବାବୁ ଆପଣଙ୍କର ପ୍ରଥମ ଲିଷ୍ଟ ହେଉଛି ଉଦାହରଣ ସ୍ୱରୂପ (oye ଅଞ୍ଜଳି) ଏଟା କେବଳ ଉଦାହରଣ l ଏଥର ସମୀକ୍ଷକମାନଙ୍କୁ କହିବା ପୂର୍ବରୁ ଥରେ ଚିନ୍ତା କରି କୁହନ୍ତୁ l ଆଉ ହଁ ଦର୍ଶକମାନଙ୍କୁ କହିବାକୁ ଆପଣ କିଏ ? ଦର୍ଶକ କହିବେ ସେମାନଙ୍କ ଇଚ୍ଛା ( ଯେଉଁ ମାନେ ଓଡ଼ିଆ ସିନେମା ଦେଖୁ ନାହାନ୍ତି ସେମାନେ କେବଳ କମେଣ୍ଟ କରି ଚାଲୁଛନ୍ତି…) ଆଜ୍ଞା ଆପଣ ପ୍ରଥମେ ଲିଷ୍ଟ ଦିଅନ୍ତୁ ଆପଣ ଅଭିନୟ କରିଥିବା କେଉଁ ସିନେମା କପି ନୁହେଁ l ଆପଣ ସିନେମା ଥରେ ପଇସା ଦେଇ ଦେଖନ୍ତୁ ଆଉ କୁହନ୍ତୁ କି ଏହା କପି ନୁହେଁ, ସମ୍ପୂର୍ଣ୍ଣ ମୌଳିକ ସିନେମା ବୋଲି l

ସ୍ୱରାଜ ବାବୁ ଏହା ଏଥିପାଇଁ ଲେଖି ଲୁ କି ପଇସା ଦେଇ ସିନେମା ଦେଖିଲେ ଜାଣିପାରିବେ ଗୋଟେ ଦର୍ଶକର ମନର କଥା l କେବଳ ଫିଲ୍ମ କରି ଦେଇ ଚାଲି ଗଲେ ହିରୋ ହୁଅନ୍ତିନି l ପ୍ରଥମେ ଠିକ ରେ କଥା କୁହନ୍ତୁ ତା’ପରେ ସିନେମା କରନ୍ତୁ l ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉପରେ ଅଙ୍ଗୁଳି ଉଠେଇବା ପୂର୍ବରୁ ଥରେ ଭାବି ନିଅନ୍ତୁ ଆପଣ କେତେ ଟର୍ଚ୍ଚର କରୁଛନ୍ତି ଦର୍ଶକମାନଙ୍କୁ ହଲକୁ ଡାକି l ନିଜ ଫିଲ୍ମ ବିଗତ ଦିନରେ ୨ଦିନରେ ହଲରୁ ଚାଲି ଯାଇଛି କିନ୍ତୁ ଆପଣ ସମୀକ୍ଷକଙ୍କୁ ଖାତିର କରୁନାହାନ୍ତି l ପ୍ରଥମେ ଭଲ ଫିଲ୍ମ କର ଲୋକଙ୍କ ସୁଖଦୁଃଖର ସାଥ ଦିଅ ତା’ପରେ ଅଙ୍ଗୁଳି ଉଠେଇବ ଦର୍ଶକମାନଙ୍କ ଉପରେ l ଦର୍ଶକ ଫିଲ୍ମ ଦେଖନ୍ତି ବୋଲି କୁହନ୍ତି ଆପଣ ନିଜକୁ ମହାନ ଭାବନ୍ତୁନି l ଏହା ସତ ଖବର ପକ୍ଷରୁ ଆପଣଙ୍କୁ ବ୍ୟଙ୍ଗାତ୍ମକ ନୁହେଁ ବରଂ କେବେଳ ଆପଣକୁ ଆପଣଙ୍କ ଦାୟିତ୍ୱ ମନେ ପକେଇବାକୁ ପ୍ରୟାସ l

https://www.facebook.com/share/v/6R66oj81ZUvVdfrW/?mibextid=qi2Omg

Leave a Reply

Your email address will not be published. Required fields are marked *