ରାଜନୀତି ମୈଦାନରୁ ସନ୍ନ୍ୟାସ ନେଇ ଗଲେ କି ବର୍ଷା ପ୍ରିୟଦର୍ଶିନୀ !

ଭୁବନେଶ୍ବର, ୪/୧୦ : ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ଏବେ ବର୍ଷା ଶାନ୍ତ । ଆପଣ ଭାବୁଛନ୍ତି କି ଆକାଷରୁ ଯେଉଁ ବର୍ଷା ପଡ଼େ । ଆଜ୍ଞା ନାହିଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ କଥା କହୁଛୁ । ଯାହାକୁ । ଗତ ସାଧାରଣ ନିର୍ବାଚନ ସମୟରେ ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡିରୁ ପ୍ରାର୍ଥୀ କରାଯାଇଥିଲା । ହେଲେ ନିର୍ବାଚନ ସରିବା ପରେ ନିର୍ବାଚନ ମଣ୍ଡଳୀରେ ଆଉ ତାଙ୍କର ଦେଖାନାହିଁ । ହେଲେ ଦଳୀୟ ଟିକେଟରୁ ବାଦ୍ ପଡ଼ିଥିବା ବଡ଼ଚଣାର ପୁରୁଖା ନେତା ଅମର ପ୍ରସାଦ ଶତପଥୀ କିନ୍ତୁ ଏବେ ବି ବିଭିନ୍ନ ସମୟରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖଇବାକୁ ମିଳୁଛି ।ମାତ୍ର ନିର୍ବାଚନ ପରଠାରୁ ବର୍ଷାଙ୍କୁ ଆଉ ବଡ଼ଚଣାରେ ଦେଖିବାକୁ ମିଳୁନାହିଁ । ଭେଟେରାନ ଅମର ପ୍ରସାଦ ଶତପଥୀଙ୍କ ପାରମ୍ପରିକ ଆସନ ବଡ଼ଚଣାରେ ବର୍ଷାଙ୍କୁ ଟିକେଟ୍ ଦେଇ ବିଜେଡି ରାଜନୀତି ମହଲକୁ ଚମକାଇ ଦେଇଥିଲା ।

ବର୍ଷାଙ୍କ ଉପରେ ଅନେକ ଭରସା କରିଥିଲା ବିଜୁ ଜନତା ଦଳ । ନିର୍ବାଚନରେ ଅଳ୍ପ ଭୋଟ୍ ବ୍ୟବଧାନରେ ପରାସ୍ତ ହେଲେ ବର୍ଷା । କିନ୍ତୁ ନିର୍ବାଚନ ପରାଜୟ ପରେ ବର୍ଷାଙ୍କ ଅନୁପସ୍ଥିତି ଜିଲ୍ଲା ତଥା ବ୍ଲକସ୍ତରର ବିଜେଡି ନେତୃତ୍ବଙ୍କୁ ନିରାଶ କରିଛି । ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମକର୍ତ୍ତାଙ୍କ ସହ ସୁଖଦୁଃଖ ବାଣ୍ଟିବାକୁ ବର୍ଷା କାଳେ ଉଚିତ ମଣୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେପି ନେତା କହୁଛନ୍ତି ଯେ ଆମଦାନୀ ନେତାଙ୍କୁ ଭରସା କଲେ, ଏମିତି ପରିସ୍ଥିତି ସୃଷ୍ଟି ହୁଏ ।ପ୍ରଶ୍ନ ଉଠୁଛି, ଦଳବଦଳ କି ନେତା ଆମଦାନୀ ରାଜନୀତିରେ କୌଣସି ବିଚିତ୍ର ବୋଲି କହିହେବନି । ହେଲେ ନିର୍ବାଚନ ହାରିବା ପରେ ବର୍ଷା କାହିଁକି ବଡ଼ଚଣା ଆସୁନାହାନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ ? ସତରେ କ’ଣ, ବର୍ଷା ବଡ଼ଚଣାରୁ ମୁହଁ ଫେରାଇ ନେଲେ ? ଏବେ ଚର୍ଚ୍ଚା ହେଉଛି କି ବର୍ଷାଙ୍କ ରାଜନୈତିକ ଦିଗ କୁଆଡ଼େ ? ବର୍ଷା ରାଜନୀତି କରିବେ ନା କରିବେନି । ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି ।

Leave a Reply

Your email address will not be published. Required fields are marked *