ଆଇଏଏସ ସ୍ତରରେ ବଦଳି ଓ ପଦୋନ୍ନତି

ଭୁବନେଶ୍ୱର,୧୦/୪ : ଗୁରୁବାର ଆଇଏଏସ ସ୍ତରରେ ବଡ଼ ଧରଣର ଅଦବଦଳ ଦେଖିବାକୁ ମିଳିଛି । ପଦୋନ୍ନତି ପରେ ନିଯୁକ୍ତି ଦେଇଛନ୍ତି ସରକାର ।

୨୮ ଜଣ ଆଇଏଏସଙ୍କ ପଦୋନ୍ନତି ଓ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଇଏଏସ ଧରମା ହାଁସଦା-ଯୁଗ୍ମ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ରାନୀ ମହାପାତ୍ର ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ।ରିଲି କୁମାରୀ ଲୁଲୁ ରାଜସ୍ୱ ବିଭାଗର ଯୁଗ୍ମ ସଚିବ । ବିଏସଏଫ ସଭାପତି ପଦ ବଜାୟ ରଖିଲେ ଶ୍ରୀକାନ୍ତ ତରାଇ ।