ସୁଭଦ୍ରା ଯୋଜନା, ମହିଳାଙ୍କ ପାଇଁ ଉପହାର ନା ଉପହାସ !

ଭୁବନେଶ୍ବର,୨୩/୮ : ନିର୍ବାଚନବେଳେ ‘ସୁଭଦ୍ରା ଯୋଜନା’ର ପ୍ରତିଶ୍ରୁତି ଦେଇଥିଲା ବିଜେପି । ସରକାରରେ ଆସିଲେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା । ରାଜ୍ୟରେ ବିଜେଡି ସରକାର ଗଲା ଆଉ ଶାସନ ଗାଦିରେ ବିଜେପି ବସିଲା । ମାତ୍ର ଏବେ ପ୍ରତିଶ୍ରୁତି ଯେମିତି ପ୍ରତାରଣା ପାଲଟିଛି । ଏହା ଆମେ କହୁନୁ କହୁଛି ମେନିଫେଷ୍ଟୋର ଲିଷ୍ଟ । ମେନିଫେଷ୍ଟୋରେ ଥିଲା ଆଉ ସରକାରକୁ ଆସିବା ପରେ ତାହା ଯେମିତି ଏବେ ପାଣି ଫୋଟକା ପରି ମିଳେଇ ଯାଇଥିବା ଦେଖିବାକୁ ମିଳୁଛି ।

କିଛି ଏଭଳି ଥିଲା ମେନିଫେଷ୍ଟୋ , ସଂକଳ୍ପ ପତ୍ରରେ ମହିଳାମାନଙ୍କୁ ଗୁରୁତ୍ୱ ଦେଇଥିଲା ବିଜେପି। ୨୦୨୪ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରକୁ ଆସିଲେ ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ଆରମ୍ଭ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । ଏହି ଯୋଜନାରେ ପ୍ରତ୍ୟେକ ମହିଳା ୫୦ ହଜାର ଟଙ୍କାର ନଗଦ ଭାଉଚର୍‌ ପାଇବେ । ଯାହାକୁ ମହିଳାମାନେ ଦୁଇ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ।

ମାତ୍ର ଆଜିର ଘୋଷଣା ଜାଣିବା ଆସନ୍ତୁ, ଗୃହରେ ‘ସୁଭଦ୍ରା’ ଯୋଜନା SOP ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘୋଷଣା କରିଛନ୍ତି । ଗତକାଲି କ୍ୟାବିନେଟ୍‌ରେ SOP ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ।ଡିବିଟି ମାଧ୍ୟମରେ ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍‌ କାର୍ଡ ପ୍ରଦାନ କରିବେ।ଏଥିସହ ରାଜ୍ୟରେ ଡିଜିଟାଲ କାରବାରକୁ ପ୍ରୋତ୍ସାହନ ପାଇଁ ସରକାର ଅତିରିକ୍ତ ସହାୟତା ପ୍ରଦାନ କରିବେ। ସର୍ବାଧିକ ଡିଜିଟାଲ କାରବାର କରିଥିବା ହିତାଧିକାରୀଙ୍କୁ ଅତିରିକ୍ତ ୫ଶହ ପୁରସ୍କାର ସ୍ୱରୂପ ମିଳିବ। ପ୍ରତି ପଞ୍ଚାୟତର ୧୦୦ ଜଣ ହିତାଧିକାରୀଙ୍କୁ ଏହି ଅତିରିକ୍ତ ୫ଶହ ଟଙ୍କା ପାଇବେ।ତେବେ ଏହି ଯୋଜନାର ଲାଭ କେଉଁମାନେ ପାଇବେ ଏବଂ କେଉଁମନେ ବାଦ ପଡ଼ିବେ ସେନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆର୍ଥିକ ସ୍ବଚ୍ଛଳ ବର୍ଗର ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ। ସରକାରୀ ଚାକିରି କରୁଥିବା ମହିଳା ଏବଂ ଘରୋଇ କ୍ଷେତ୍ରରେ ଚାକିରି କରୁଥିବା ମହିଳା ପାଇବେନି ସୁଭଦ୍ରା ସହାୟତା। କାରଣ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ସହାୟତା ପାଇବେ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି।

ସେହିପରି ଅନ୍ୟ ସରକାରୀ ଯୋଜନାରେ ସହାୟତା ପାଉଥିଲେ ମଧ୍ୟ ସହାୟତା ମିଳିବନି। ଏପରିକି ମାସିକ ୧୫ଶହ ବା ବାର୍ଷିକ ୧୮ ହଜାର ପାଉଥିଲେ ମଧ୍ୟ ସୁଭଦ୍ରା ଯୋଜନାରେ ସହାୟତା ମିଳିବନି। ଏହାର କାର୍ଯ୍ୟକାରିତା ତଦାରଖ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ଏକ ସୁଭଦ୍ରା ସମିତି ସୋସାଇଟି ଗଠନ କରାଯିବ।ଏହି ଘୋଷଣା ପରେ ଏବେ ସୁଭଦ୍ରା ଯୋଜନା ନା ଏହା ମହିଳାଙ୍କ ପାଇଁ ଉପହାସ ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁହାଯାଇଥିଲା ଅଗଷ୍ଟ ୧୫ରେ ଏସଓପି ଆସିବ ମାତ୍ର ୨୩ତାରିଖରେ ଆସିଲା। କିନ୍ତୁ ଯାହା ଆସିଲା ତାକୁ ନେଇ ଏବେ ବିରୋଧୀ ବି ଟାର୍ଗେଟ କରିଛନ୍ତି । ପ୍ରତ୍ୟେକ ମହିଳାଙ୍କୁ ୫୦ହଜାର ଟଙ୍କା ଦେବେ କିନ୍ତୁ ଏସଓପି ଅନୁଯାୟୀ ବହୁତ ମହିଳା ଏହି ଯୋଜନାରୁ ବଞ୍ଚିତ ହେବେ । ଯେଉଁ ନିୟମ କରିଛନ୍ତି, ସେଥିରେ ବହୁ ମହିଳା ବାଦ ପଡିବେ। ପାଞ୍ଚ ହଜାର ଟଙ୍କାରେ ଜଣେ ମହିଳା କଣ କରିବ। ମହିଳା ସ୍ୱାବଲମ୍ବୀ ହୋଇପାରିବେ ନାହିଁ ।

ମହିଳାଙ୍କ ଆଶା ମଉଳି ଯାଇଛି । ଭୋଟ ହାତେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବେ ପ୍ରତାରିତ କରିଛନ୍ତି ବୋଲି କହିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ସାଧାରଣରେ ଏବେ ଏହାକୁ ନେଇ ଗୋଟିଏ ପ୍ରଶ୍ନ ମହିଳାଙ୍କ ପାଇଁ ଏ ଉପହାସ କ’ଣ ପାଇଁ ।

Leave a Reply

Your email address will not be published. Required fields are marked *