କଂଗ୍ରେସରେ ତାରାଙ୍କୁ କୋଣ ଠେସା କି ?

ଭୁବନେଶ୍ବର, ୨୩/୮ : ଷ୍ଟିୟରିଂ କମିଟିରୁ ବାଦ୍ ପଡ଼ିଲେ କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀ ପତି । ଦୁଇ ଦୁଇ ଥର କମିଟିର ତାଲିକା ପ୍ରକାଶ ପାଇଥିଲେ ବି ନାହିଁ ତାରାଙ୍କ ନାଁ । ଯାହାକୁ ନଇ ଏବେ କଂଗ୍ରେସରେ ତାରାଙ୍କ ସ୍ଥାନ କେଉଁ ତାକୁ ନେଇ ଚଲି ଚର୍ଚ୍ଚା । ସାଧାରଣରେ ତାରାଙ୍କୁ ନେଇ ଅନେକ ଆଲୋଚନା ହେବାରେ ଲାଗିଛି । କାହିଁକି ନାହିଁ ତାରାଙ୍କ ନାଁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରିକି କୁହାଯାଉଛି ଯେ କଂଗ୍ରେସରେ ତାରାଙ୍କୁ କୋଣ ଠେସା କରାଯାଉଛି କି । ଗତ କିଛି ଦିନ ତଳେ ଓଡ଼ିଶା କଂଗ୍ରେସ ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରିଥିଲା ଏଆଇସିସି । ସେତେବେଳେ ଦଳର ଅନେକ ବଡ଼ ନେତାଙ୍କୁ ସାମିଲ କରାନଯିବାକୁ ନେଇ ଦେଖାଯାଇଥିଲା ବିବାଦ ।

ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ହି କମିଟିରେ ତାଙ୍କ ସମେତ ୧୪ ଜଣ ସଦସ୍ୟ ଥିଲେ । ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ ଭଳି ନେତାଙ୍କୁ ଏହି କମିଟିରେ ସାମିଲ କରାଯାଇ ନଥିଲା । ଅନ୍ୟପକ୍ଷରେ ଏଆଇସିସି ଆଜି ଏହି ଷ୍ଟିୟରିଂ କମିଟିରେ ୭ ଜଣ ନେତାଙ୍କୁ ସାମିଲ କରିଛି । କିନ୍ତୁ ଏହି ୭ ଜଣଙ୍କ ମଧ୍ୟରେ ନାହାନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।

ଯାହାକୁ ନେଇ ଏବେ କଂଗ୍ରେସରେ ତାରାଙ୍କ ସ୍ଥାନ କେଉଁଠି ଚାଲିଛି ଚର୍ଚ୍ଚା ।ଷ୍ଟିୟରିଂ କମିଟି ପାଇଁ ଏଆଇସିସି ପକ୍ଷରୁ ଆଜି ଘୋଷଣା କରାଯାଇଥିବା ୭ଜଣଙ୍କ ଭିତରେ ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ସନ୍ତୋଷ ସିଂହ ସାଲୁଜା ଓ ଶରତ ରାଉତ ପ୍ରମୁଖ ରହିଛନ୍ତି । ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡାକ୍ତର ଅଜୟ କୁମାରଙ୍କ ନେତୃତ୍ୱରେ ଗଠିତ ଷ୍ଟିୟରିଂ କମିଟିରେ ତାଙ୍କ ସହିତ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଜୟଦେବ ଜେନା, ସାଂସଦ ସପ୍ତଗିରି ଉଲ୍ଲାକା, ଅଶୋକ ଦାସ, ଭକ୍ତ ଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଂଜନ ମହାନ୍ତି, ବଳଭଦ୍ର ମାଝୀ ଓ ସସ୍ମିତା ବେହେରା ଅଛନ୍ତି । AICC ଆବାହକ ମହମ୍ମଦ ଶାହାନୱାଜ ଚୌଧୁରୀ ମଧ୍ୟ ଏହି କମିଟିରେ ସଦସ୍ୟ ଅଛନ୍ତି ।

ସେ ଏହି କମିଟିର ଆବାହକ ଦାୟିତ୍ୱରେ ଅଛନ୍ତି। ପ୍ରକାଶ ଯେ, ସାଧାରଣ ନିର୍ବାଚନରେ କଂଗ୍ରେସର ବିଫଳ ପ୍ରଦର୍ଶନ ଓ ପିସିସି ସଭାପତିଙ୍କ ବିରୋଧରେ ବହୁ ଅଭିଯୋଗ ପରେ ରାଜ୍ୟରେ ପିସିସିର ସମସ୍ତ କମିଟିକୁ ଏଆଇସିସି ଭାଙ୍ଗି ଦେଇଥିଲା।

Leave a Reply

Your email address will not be published. Required fields are marked *