୪୬ ମିନିଟ ପାକିସ୍ତାନ ଏୟାରସ୍ପେଶରେ ରହିଲା ମୋଦିଙ୍କ ବିମାନ

ନୂଆଦିଲ୍ଲୀ,୨୫/୮: ନିକଟ ଅତୀତରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ସମ୍ପର୍କରେ କୌଣସି ବିଶେଷ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ନିକଟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡରୁ ନୂଆଦିଲ୍ଲୀ ଫେରୁଥିବା ବେଳେ ପାକିସ୍ତାନର ଏୟାରସ୍ପେଶ ବ୍ୟବହାର କରିଥିଲେ। ବିମାନ ଚଳାଚଳ ସମ୍ବନ୍ଧୀୟ ସୂତ୍ର ଶନିବାର ପାକିସ୍ତାନୀ ମିଡିଆ ଅର୍ଗାନାଇଜେଶନ ଜିଓ ନ୍ୟୁଜକୁ ଏହି ସୂଚନା ଦେଇଛି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ପିସିସିଏ) ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଯାଉଥିବା ଏକ ବିମାନ ପୋଲାଣ୍ଡରୁ ନୂଆଦିଲ୍ଲୀକୁ ଫେରୁଥିବା ବେଳେ ପାକିସ୍ତାନର ଆକାଶ ସୀମା ଦେଇ ଯାଇଥିଲା।ପାକିସ୍ତାନ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ସକାଳ ୧୦ଟା୧୫ରେ ପାକିସ୍ତାନୀ ଏୟରସ୍ପେଶରେ ପ୍ରବେଶ କରି ପାକିସ୍ତାନର ଆକାଶ ମାର୍ଗରେ ୪୬ ମିନିଟ ବିତାଇବା ପରେ ସକାଳ ପ୍ରା ୧୧ଟା ୦୧ରେ ଫେରି ଆସିଥିଲା। ସୂତ୍ରରୁ ପ୍ରକାଶ ଯେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ବିମାନ ଚିତ୍ରାଲ ଦେଇ ପାକିସ୍ତାନୀ ଆକାଣମାର୍ଗରେ ପ୍ରବେଶ କରି ଭାରତର ଅମୃତସରରେ ପ୍ରବେଶ କରିବା ପୂର୍ବରୁ ଇସଲାମାବାଦ ଏବଂ ଲାହୋରର ଏୟାର ସ୍ପେଶ ଅଞ୍ଚଳ ଦେଇ ଯାଇଥିଲା।

Leave a Reply

Your email address will not be published. Required fields are marked *