ୱାକଫ ଆଇନକୁ ନେଇ ହିଂସା ମଧ୍ୟରେ ଏକତାର କଥା କହିଲେ ଦିଦି

କୋଲକାତା,୯/୪ : ୱାକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ରାଜ୍ୟର ମୁସଲିମ ସମ୍ପ୍ରଦାୟକୁ ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସରକାର ମୁସଲିମମାନଙ୍କର ସମ୍ପତ୍ତିର ସୁରକ୍ଷା ନିଶ୍ଚିତ ଭାବେ କରିବେ ବୋଲି କହିଛନ୍ତି ଦିଦି। ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ବିଶ୍ୱ ନବକାର ମହାମନ୍ତ୍ର ଦିବସରେ ଭାଷଣ ଦେଇ ମମତା ବିଜେପିକୁ ଏକ ସୂକ୍ଷ୍ମ କଟାକ୍ଷ କରି ଏକତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଜୋର ଦେଇ କହିଛନ୍ତି ଯେ ସେ ଧର୍ମ ଆଧାରରେ ବଙ୍ଗଳାକୁ ବିଭାଜନ କରିବାକୁ ଦେବେ ନାହିଁ।

ନିଜର ମନ୍ତବ୍ୟ ଦେଇ ମମତା କହିଛନ୍ତି “କିଛି ଲୋକ ପଚାରନ୍ତି ଯେ ମୁଁ କାହିଁକି ସବୁ ସଂପ୍ରଦାୟର ଧର୍ମସ୍ଥାନକୁ ଯାଏ। ମଁା କହିଥିଲି ଯେ ମୁଁ ମୋର ସମଗ୍ର ଜୀବନକାଳରେ ପରିଦର୍ଶନ କରିବି। ଯଦି ତୁମେ ମୋତେ ଗୁଳି କରିଦିଅ, ତଥାପି ତୁମେ ମୋତେ ଏକତାରୁ ଅଲଗା କରିପାରିବ ନାହିଁ। ବଙ୍ଗଳାରେ ବିଭାଜନ ହେବ ନାହିଁ, ଜିଓ ଔର ଜୀନେ ଦୋ (ବଞ୍ଚ ଏବଂ ବଞ୍ଚିବାକୁ ଦିଅ)।’’

Leave a Reply

Your email address will not be published. Required fields are marked *