ରାହୁଲ ସମସ୍ତଙ୍କ ଜାତି ଜାଣିବାକୁ ଭାରି ଆଗ୍ରହୀ : ମନୋଜ ତିଓ୍ବାରୀ

ନୂଆଦିଲ୍ଳୀ, ୨୫/୮ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ମନୋଜ ତିଓ୍ବାରୀ। ରାହୁଲ ସମସ୍ତଙ୍କ ଜାତି ବିଷୟରେ ଜାଣିବାକୁ ଭାରି ଆଗ୍ରହୀ, କିନ୍ତୁ ନିଜ ଜାତି ବିଷୟରେ ପ୍ରକାଶ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ମନୋଜ ଅଭିଯୋଗ କରିଛନ୍ତି। ରାହୁଲଙ୍କ ମାନସିକ ସ୍ଵାସ୍ଥ୍ୟର ଯାଞ୍ଚ ହେବା ଜରୁରୀ ବୋଲି ସେ କହିଛନ୍ତି।ନିକଟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦଳିତ, ଆଦିବାସୀ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ମହିଳାଙ୍କ ନାଁ ମିସ୍‌ ଇଣ୍ଡିଆ ତାଲିକାରେ ନ ଥିବା ଦର୍ଶାଇ ଏହାକୁ ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ, ସେ ମିସ୍‌ ଇଣ୍ଡିଆ ତାଲିକା ଯାଞ୍ଚ କରିଥିଲେ। ଯେଉଁଥିରେ କୌଣସି ଦଳିତ, ଆଦିବାସୀ ଏବଂ ଓବିସି ମହିଳାଙ୍କ ନାଁ ନ ଥିଲା। କିଛି ଲୋକ କ୍ରିକେଟ କିମ୍ବା ବଲିଉଡ୍ କଥା କହିବେ, କିନ୍ତୁ କେହି ମୋଚୀ କିମ୍ବା ପାଇପ ମିସ୍ତ୍ରିଙ୍କ ବିଷୟରେ କହି‌ବେ ନାହିଁ। ଏପରି କି ଗଣମାଧ୍ୟମରେ ଥିବା ବଡ଼ ବଡ଼ ଉପସ୍ଥାପକ ଦେଶର ୯୦ ପ୍ରତିଶତ(ଦଳିତ, ଆଦିବାସୀ, ଓବିସି) ଲୋକଙ୍କ ମଧ୍ୟରୁ ଆସୁନାହାନ୍ତି।

Leave a Reply

Your email address will not be published. Required fields are marked *