କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମ ରିଲିଜ୍ ସ୍ଥଗିତ

ନୂଆଦିଲ୍ଲୀ,୧/୯ : ବିବାଦ ଘେରରେ ରହିଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ‘ଏମର୍ଜେନ୍ସି’ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଏବେ ତାହାକୁ ସ୍ଥଗିତ ରଖାଯାଇଛି । ଏହି ତାରିଖରେ ଫିଲ୍ମ ସିନେମାଘରକୁ ଆସିବା ନେଇ ସମସ୍ତ ପ୍ରସ୍ତୁତି ସରିଥିଲା । ମାତ୍ର ଏବେ ସେହି ତାରିଖରେ ଫିଲ୍ମ ରିଲିଜ୍ ହେବ ନାହିଁ ବୋଲି ଜଣାପଡ଼ିଛି ।

ଫିଲ୍ମକୁ ସ୍ଥଗିତ ରଖାଯାଇଛି । ଆଗାମୀ ୧୦ ଦିନ ଭିତରେ ଫିଲ୍ମ ରିଲିଜର ନୂଆ ତାରିଖ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।ଖବର ମୁତାବକ, ‘ଏମର୍ଜେନ୍ସି’ ଫିଲ୍ମ ରିଲିଜକୁ ଆଉ ମାତ୍ର କିଛିଦିନ ବାକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଫିଲ୍ମକୁ ସେନ୍ସର ବୋର୍ଡ ତରଫରୁ ସାର୍ଟିଫିକେଟ ମିଳିନାହିଁ । ତେଣୁ ଫିଲ୍ମ ରିଲିଜ ସ୍ଥଗିତ କରାଯାଇଥିବା କୁହାଯାଉଛି । ପୂର୍ବରୁ ସ୍ଥିରୀକୃତ ହୋଇଥିବା ତାରିଖ ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବ ନାହିଁ । ଟ୍ରେଡ ଅନାଲିଷ୍ଟ ଓ ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏ ବାବଦରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେପ୍ଟେମ୍ବର ୬ରେ ଫିଲ୍ମ ରିଲିଜ୍ ହେବ ନାହିଁ ବୋଲି ସେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *