ଓଲିଉଡ଼ରେ ‘ବାୟୋ’ ଝଡ଼ : ଭିଡ଼ିଓ ଜାରି କରି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ- ‘ ‘ବାୟୋ’ରେ ଆସୁଛି କମ୍ପରମାଇଜ୍ ଅପଶନ’

ଭୁବନେଶ୍ବର,୪/୯ : କିଛିଦିନର ନିରବତା ପରେ ଓଲିଉଡ଼ରେ ପୁଣି ଝଡ଼ । ଏଥର କାଷ୍ଟିଂ କାଉଚ କି ଫିଲ୍ମକୁ ନେଇ ନୁହେଁ ବରଂ ‘ବାୟୋ’ଝଡ଼ । ଅଭିନେତ୍ରୀ ଟିକି ରଥ ଏ ନେଇ ଅଭିଯୋଗ କରିଛନ୍ତି ।

ସେ କହିଛନ୍ତି ଇଣ୍ଡଷ୍ଟ୍ରିରେ ନୂଆ କଳାକାର ସହ ଚରିତ୍ର ଅଭିନେତ୍ରୀଙ୍କୁ ଟାର୍ଗେଟ କରାଯାଉଛି । ଏକ ଭିଡ଼ିଓ ଜାରି କରି ଏହାର ଖୁଲାସା କରିଛନ୍ତି । ଯାହାକୁ ନେଇ ଓଲିଉଡ଼ରେ ଝଡ଼ ସୃଷ୍ଟି ହୋଇଛି ।ଓଲିଉଡ଼ରେ ‘ବାୟୋ’ ଝଡ଼ । ସେ କହିଛନ୍ତି କି, ଏବେ ନୂଆ କରି ଫିଲ୍ମ ସାଇନ ବେଳେ ବାୟୋଡାଟାରେ ଆସୁଛି କମ୍ପରମାଇଜ ଅପଶନ । ଯାହାକୁ ନେଇ ଓଲିଉଡ଼ରେ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ କହିବା ଅନୁସାରେ ତାଙ୍କୁ ବହୁ ଦିନ ପୂର୍ବରୁ ଜନୈକ ପ୍ରଯୋଜକଙ୍କଠାରୁ ଏଭଳି ଏକ ବାୟୋ ଫିଲପ କରିବାକୁ ଆସିଥିଲା । ଯେଉଁଥିରେ କମ୍ପରମାଇଜର ଅପଶନ ଥିଲା । ସେଠାରେ ହଁ କିମ୍ବା ନାଁ ଥିବ । ଯଦି ଆପଣ ନାଁ ଅପଶନକୁ ଚୟନ କରିବେ ତେବେ ଆପଣଙ୍କୁ ଆଉ ପ୍ରୋଜେକ୍ଟ ମିଳିବ ନାହିଁ । ଏଭଳି କହି ଓଲିଉଡ଼କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ଟିକି ରଥ ।ଏ ନେଇ ସେ ଏକ ଭିଡ଼ିଓ ଜାରି କରିଛନ୍ତି , ଆଉ ସେଥିରେ ସେ କହିଛନ୍ତି , ଓଲିଉଡ଼ ଆଜି ବହୁତ ପ୍ରୋଗ୍ରେସ କରୁଛି । ବଲିଉଡ଼କୁ ଫଲୋ କରୁଛି। ବଲିଉଡ଼ ଭଳି ଓଲିଉଡ଼ରେ ମଧ୍ୟ କାଷ୍ଟିଂ କାଉଚ ବଢି ଚାଲିଛି। ଜାଣିଛି ଏହା ଏକ ବହୁ ବିବାଦୀୟ ବିଷୟ । ଏହା ଉପରେ କହିବା ଅନୁଚିତ । କିନ୍ତୁ କିଛି ଦିନ ତଳେ ମୋ ପାଖକୁ ଏକ ସିନେମାର ପ୍ରପୋଜାଲ ଆସିଥିଲା । ଯେଉଁଥିରେ କମ୍ପରମାଇଜ କଥା ଉଠିଥିଲା । ଯାହା ଶୁଣି ମୁଁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲି । ମୁଁ ସେ ପ୍ରଯୋଜକଙ୍କ ନାଁ ନେବାକୁ ଚାହୁଁନାହିଁ। ନିହାତି ଭାବେ ସେ ଜଣେ ନୂଆ ପ୍ରଯୋଜକ ।

କାରଣ ଯେଉଁ ପ୍ରଯୋଜକମାନେ ସିନେମା କରୁଛନ୍ତି ସେମାନଙ୍କ ଅପେକ୍ଷା ଯେଉଁ ନୂଆ ପ୍ରଯୋଜକମାନେ ସିନେମାରେ ଅର୍ଥ ଲଗାଉଛନ୍ତି ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ରହୁଛି କାଷ୍ଟିଂ କାଉଚ୍ ଆଡ଼କୁ । ଯାହା ଫଳରେ ନୂଆ ଝିଅମାନଙ୍କୁ ଟାର୍ଗେଟ କରାଯିବା ସହ ବିଭିନ୍ନ ଚରିତ୍ର କଳାକାରମାନଙ୍କୁ ଟାର୍ଗେଟ କରାଯାଉଛି । ମୁଖ୍ୟତଃ ସେମାନେ ଭାବୁଛନ୍ତି ଯେହେତୁ ଓଡ଼ିଆ ସିନେମାରେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି ତାହା ରିଟର୍ଣ୍ଣ ଆସୁନାହିଁ । ଫଳରେ ଆମେ ଆଟଲିଷ୍ଟ କିଛି ଏଞ୍ଜୟେ କରି ଦେଉ କିଛି ଦିନ । ଆଜ୍ଞାଁ ହଁ ସମ୍ପୂର୍ଣ୍ଣ ସତ କଥା କହୁଛି । ହୁଏତ ଏହା ପରେ ମୋତେ କିଛି ସିନେମା ଏବଂ ସିରିଏଲ ନ ମିଳିପାରେ । ମୁଁ ବହୁତ ପ୍ରଯୋଜକ ଏବଂ ନିର୍ଦେଶକମାନଙ୍କ ସହ ବହୁ ସେଭରେ ଫିଲ୍ମ ହେଉ କିମ୍ବା ସିରିଏଲ କରିଛି । ମାତ୍ର ଏବେ ଯେଉଁ ନୂଆ ପ୍ରଯୋଜକମାନେ ଆସୁଛନ୍ତି ତାଙ୍କ ସାହସ ଦେଖ ।

ଏଭଳି ଜଣେ ପ୍ରଯୋଜକଙ୍କଠାରୁ ମୋତେ ବାୟୋରେ ଏଭଳି ଅପଶନ ଚୟନ କରିବାକୁ ପଡ଼ିଥିଲା । ଏଭିଳି କିଛି କହି ଏବେ ଓଲିଉଡ଼କୁ ଟାର୍ଗେଟ କରିଛନ୍ତି ଅଭିନେତ୍ରୀ ଟିକି ରଥ । ଏବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଓଲିଉଡ଼ରେ ଦେଖାଦେଇଛି ‘ବାୟୋ’ ଝଡ଼ ।