ରାଜ୍ୟରେ ବାର୍ଡ ଫ୍ଲୁ ; ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୩/୯ : : ରାଜ୍ୟରେ ବାର୍ଡ ଫ୍ଲୁ କ୍ରମଶଃ ଅଣାୟତ୍ତ ହେଉଥିବା ବେଳେ ସ୍ଥିତି ପରଖିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌ । ବାର୍ଡ ଫ୍ଲୁ ବ୍ୟାପି ଥିବା ପିପିଲି ଅଞ୍ଚଳ ସ୍ଥିତି ପରଖିବା ପାଇଁ ବୁଧବାର ଆସିବେ କେନ୍ଦ୍ରୀୟ ଦଳ । ପିପିଲି ଅଞ୍ଚଳ ଦେଖିବା ସହ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହ ବୈଠକ କରିବେ । ଏନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । କେନ୍ଦ୍ରାପଡାରେ କୁକୁଡା ମଡକ ପରେ ନମୁନା ପରୀକ୍ଷଣ ପାଇଁ ପଠାଯାଇଛି । ସମସ୍ତ ଜିଲାକୁ ସତର୍କ ରହିବା ସହ କୁକୁଡା ଫାର୍ମରେ କାମ କରୁଥିବା ଲୋକେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।