କଂଗ୍ରେସରେ ଯୋଗଦେଲେ ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ, ୬/୯ : ହରିୟାଣା ବିଧାନସଭା ନିର୍ବାଚନ ମଧ୍ୟରେ କଂଗ୍ରେସକୁ ମିଳିଛି ବଳ। ଆଜି ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ। କଂଗ୍ରେସରେ ସାମିଲ ହେବା ପୂର୍ବରୁ ଭିନେଶ ଓ ବଜରଙ୍ଗ ଦିଲ୍ଲୀରେ ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ। ଏହାପରେ ପାର୍ଟି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। କଂଗ୍ରେସରେ ଯୋଗଦେବା ପୂର୍ବରୁ ଭିନେଶ ବ୍ୟକ୍ତିଗତ କାରଣ ଦର୍ଶାଇ ଭାରତୀୟ ରେଲୱେର ସ୍ୱତନ୍ତ୍ର ଡ୍ୱିଟି ଅଧିକାରୀ (OSD) ପଦରୁ ଇସ୍ତଫା ଦେଇଥିଲେ। ନିକଟରେ ସେ ମଧ୍ୟ ଚାଷୀ ଆନ୍ଦୋଳନରେ ଯୋଗ ଦେଇଥିଲେ। ଏହାପରେ ସେ ରାଜନୀତିରେ ସାମିଲ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।

Leave a Reply

Your email address will not be published. Required fields are marked *