ଭୁବନେଶ୍ବର,୨୨/୩ : ଆସନ୍ତା ମାର୍ଚ୍ଚ ୨୪ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଭୁବନେଶ୍ଵର, ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନ ଅଭିଯୋଗ ଶୁଣାଣି ହେବ ନାହିଁ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅଧାରୁ ଅଧିକ ଦିନ ବନ୍ଦ ରହୁଥିବାବେଳେ ଖୋଲୁଛି କମ୍ । ଏହା ଆଲୋଚନା ହେଉଛି କି ଏହାକୁ କେଉଁ ଉଦ୍ଦେଶ୍ୟରେ ଖୋଲାଯାଉଛି ।
ଜଣେ ସାଧାରଣ ଲୋକର ଅଭିଯୋଗ କେତେ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ତାହା ଏବେ ଚିନ୍ତାର ବିଷୟ ପାଲିଟିଛି । ଜଣେ ବ୍ୟକ୍ତି ଯଦି ଥରେ ଆସୁଛି ତେବେ ଦ୍ବିତୀୟ ଥର କେବେ ଆସିବ ତାହା ସେ ଜାଣିପାରୁନାହିଁ। ଯାହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏଭଳି କି କୁହାଯାଉଛି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଖୋଲୁଛି କମ୍, ବନ୍ଦ ରହୁଛି ଅଧିକ ।
