ୟୁଜର୍ସ ଚଲାଇପାରୁ ନାହାନ୍ତି ‘ଏକ୍ସ’, ପୁଣି ହେଲା ଡାଉନ

ନୂଆଦିଲ୍ଲୀ, ୧0/୩ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୁଣିଥରେ ଡାଉନ ହୋଇଛି। ପୋଷ୍ଟ ଆକ୍ସେସ କରିପାରୁନାହାନ୍ତି ହଜାର ହଜାର ୟୁଜର୍ସ। ସୋମବାର ଦିନ ଏକ୍ସ ଦୁଇଥର ଡାଉନ ହୋଇସାରିଲାଣି।

ପ୍ରଥମଥର ଏହା ଦ୍ୱିପ୍ରହର ୩ଟା ପାଖାପାଖି ଡାଉନ ହୋଇଥିଲା। ବର୍ତ୍ତମାନ ଦ୍ୱିତୀୟଥର ଡାଉନ ହୋଇଛି। ଏହା ସଂଧ୍ୟା ୭ଟା ୨୦ରେ ଡାଉନ ହୋଇଛି।ଆଉଟେଜ ମନିଟରିଂ ୱେବସାଇଟ Downdetector ଅନୁଯାୟୀ, ଭାରତ ହାରାହରି ୨ ହଜାର, ଆମେରିକାର ୧୮ ହଜାର ଏବଂ ଲଣ୍ଡନର ୧୦ ହଜାରରୁ ଅଧିକ ୟୁଜର ଏ ନେଇ ଅଭିଯୋଗ ଦାଖଲ କରିଛନ୍ତି।

Leave a Reply

Your email address will not be published. Required fields are marked *