ମହାରାଷ୍ଟ୍ରରେ କାହାର ସରକାର ?

ମୁମ୍ବାଇ,୧୧/୯ : ଜମ୍ମୁ-କଶ୍ମୀର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ହେବ । ଏହାକୁ ନେଇ ଦେଶରେ ରାଜନୈତିକ ଉଷ୍ଣତା ବଢିବା ଆରମ୍ଭ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ମହାରାଷ୍ଟ୍ରରେ ମଧ୍ୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ଆୟୋଗ ମହାରାଷ୍ଟ୍ର ନିର୍ବାଚନର ତାରିଖ ଘୋଷଣା କରି ନାହାନ୍ତି । କିନ୍ତୁ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି । ନିର୍ବାଚନରେ ମହାରାଷ୍ଟ୍ର ପୁଣି ଥରେ ମହାୟୁତି ଏବଂ ମହାବିକାଶ ଅଘାଡି଼ ମଧ୍ୟରେ କଡ଼ା ଟକ୍କର ହେବ ।ଏହି ପରିପ୍ରେକ୍ଷୀରେ ଏକ ସର୍ଭେ ବାହାରିଛି ଯାହା ସମସ୍ତଙ୍କୁ ଚକିତ କରିଛି । ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏଥର ବିଜୟ ମହାବିକାଶ ଅଘାଡ଼ି (ଏମଭିଏ) ହାତେଇକୁ ଯାଉଥିବାର ଅନୁମାନ କରାଯାଉଛି । ସର୍ଭେରୁ ଜଣାପଡିଛି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଏମଭଏି ୧୪୧-୧୫୪ ଟି ଆସନ ଜିତିବ ।

ଅପରପକ୍ଷରେ ମହାୟୁତି ୧୧୫-୧୨୮ ଆସନରେ ସୀମତି ରହିବ । ଏହା ବ୍ୟତୀତ ମହାରାଷ୍ଟ୍ରର ଅନ୍ୟ ସ୍ୱାଧୀନ ଦଳମାନେ ୫-୧୮ ଟି ଆସନରେ ଜିତିବାର ଆଶା ରହିଛି । ସର୍ଭେ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ମହାୟୁଜିକୁ ଏଥର ରାଜ୍ୟରେ ପରାଜୟର ସମ୍ମୁଖୀନ ହେବାକୁ ପଡିପାରେ । ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ୩୮-୪୧ ପ୍ରତିଶତ ଭୋଟ୍ ପାଇବାର ସମ୍ଭାବନା ରହିଛି ଏବଂ ଏମଭିଏ ୪୧-୪୪ ପ୍ରତିଶତ ଭୋଟ୍‌ ପାଇବାର ସମ୍ଭାବନା ରହିଛି । ଲୋକପୋଲ ସର୍ବେକ୍ଷଣ ଅନୁଯାୟୀ, ମହାୟୁଜି ବିଦର୍ଭ, ମରାଠୱାଡା ଏବଂ ପଶ୍ଚିମ ମହାରାଷ୍ଟ୍ରରେ ବହୁ କ୍ଷତି ସହିପାରେ । ଏମଭିଏ ଏହି ଆସନଗୁଡିକ ଲାଭ କରିବାକୁ ଯାଉଛି । ତେବେ ମୁମ୍ବାଇ, ଉତ୍ତର ମହାରାଷ୍ଟ୍ର ଏବଂ କୋଙ୍କଣରେ ମହାୟୁଜି ସ୍ଥିତି ସୁଦୃଢ଼ ରହିଥିବା କୁହାଯାଉଛି ।ଏହି ନିର୍ବାଚନର ଫଳାଫଳରେ କଂଗ୍ରେସ ସର୍ବ ବୃହତ ଦଳ ଭାବରେ ଉଭା ହୋଇପାରେ ।

ସର୍ଭେରେ ଲୋକପ୍ରିୟ ନେତାମାନଙ୍କ ଉପରେ ମଧ୍ୟ ଆଲୋଚନା କରାଯାଇଛି । ଏହା ଅନୁଯାୟୀ, ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି କିନ୍ତୁ ଦେବେନ୍ଦ୍ର ଫଡନାଭିସଙ୍କ ଲୋକପ୍ରିୟତା ହ୍ରାସ ପାଇଛି ।

Leave a Reply

Your email address will not be published. Required fields are marked *