ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆରମ୍ଭ ହେଲା ୬ଦିନିଆ ଲିଙ୍ଗରାଜ ମହୋତ୍ସବ

ଭୁବନେଶ୍ଵର ୧୬/୪ : ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଚତୁର୍ଦ୍ଦଶ ଲିଙ୍ଗରାଜ ମହୋତ୍ସବ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ତଥା ଅର୍ଜନୁ ପୁରଷ୍କାରପ୍ରାପ୍ତ ପ୍ରମୋଦ ଭଗତ, ସମ୍ମାନିତ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ରାଜାରାମ ଶତପଥୀ, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ସରୋଜ ପଣ୍ଡା, ଗୌରବ ରାଲାନ୍ ପ୍ରମୁଖ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ସଭାପତି ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ସନତ୍ ମିଶ୍ର ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଓଡ଼ିଶୀ ବନ୍ଦନା, ପରେ ଅର୍ଦ୍ଧନରେଶ୍ୱର୍ ନୃତ୍ୟ ପରିବେଷଣ କରିଥଲେ। ସେହିପରି ବର୍ଦ୍ଧମାନରୁ ଆସିଥିବା ଦିବ୍ୟଶ୍ରି ଗାଙ୍ଗୁଲିଙ୍କ ଭାରତନାଟ୍ୟମ୍ ନୃତ୍ୟ, ଚତିଶଗଡର ଆଞ୍ଚଲ ପାଣ୍ଡେଙ୍କ ଦ୍ଵାରା କ୍ରିଏଟିଭ ନୃତ୍ୟ, ତାରକ୍ ସାହାଙ୍କ ଦ୍ଵାରା କ୍ରିଏଟିଭ ନୃତ୍ୟ ଓ ସସ୍ମିତା ମହାନ୍ତିଙ୍କ ଲୋକ ନୃତ୍ୟ ପରିବେଷଣ ହୋଇଥିଲା । ଏଥିସହ ପଡ଼ୋଶୀ ତଥା ଓଡ଼ିଶାର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ଆଇନଜୀବୀ ଶିବାନନ୍ଦ ରାୟ, ଅନୁଷ୍ଠାନର ମୁଖପାତ୍ର ଲିଙ୍ଗରାଜ ସାହୁ, ରତିକାନ୍ତ ମହାସୁଆର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ଗଣେଶ ପାଲ, ସୁଧୀର ରଞ୍ଜନ ଜେନା, ପ୍ରମୋଦ କୁମାର ଦାସ, ପ୍ରତାପ ପଟ୍ଟନାୟକ, ବିଶ୍ୱନାଥ ମହାପାତ୍ର ପ୍ରମୁଖ ଉପସ୍ଥିତଥିଲେ।

Leave a Reply

Your email address will not be published. Required fields are marked *