ମେଜରଙ୍କ ବାନ୍ଧବୀ ବଖାଣିଲେ ଥାନାରେ ଦିଆଯାଇଥିବା ନିର୍ଯାତନାର କଥା

ଭୁବନେଶ୍ବର,୧୯/୯ : କମିସନରେଟ୍‌ ପୁଲିସ ଅଧିନ ଭରତପୁର ଥାନା ଘଟଣାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସେନାବାହିନୀର ମେଜର୍ ଗୁରୁବନ୍ତ ସିଂଙ୍କ ବାନ୍ଧବୀ । ସେ ଥାନା ଅଧିକାରୀ ଓ ଅନ୍ୟ ଷ୍ଟାଫ୍‌ଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଭରତପୁର ଥାନାରେ ତାଙ୍କ ସହ ଯୌନ ଶୋଷଣ ହୋଇଥିବା ସେ କହିଛନ୍ତି। ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୀଡ଼ିତା ଅଭିଯୋଗ କରି କହିଛନ୍ତି, ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ତାଙ୍କୁ ଦୁର୍ବବ୍ୟହାର କରିଛନ୍ତି ।

କାନ୍ଦି କାନ୍ଦି ପୁରା ଘଟଣାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଛନ୍ତି । ଜଣେ ଓକିଲ ହିସାବରେ ପୁଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫଆଇଆର ରଖିବାକୁ ଦାବି କରୁଥିବା ବେଳେ ପୁଲିସ୍‌ର ତାଙ୍କ ପ୍ରତି ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରତି ହୋଇଥିବା ଅକଥନୀୟ ଅତ୍ୟାଚାର କିପ୍ରକାର ଆଇନ ବୋଲି ପ୍ରଶ୍ନ କରିଛନ୍ତି।ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଥାନା ଅଧିକାରୀ ପ୍ରଥମେ ତାଙ୍କ ଚୁଟି ଧରି ଘୋଷାଡ଼ି ନେଇଥିଲେ। ତା ପରେ ଜଣେ ମହିଳା କନଷ୍ଟେବଳ ତାଙ୍କ ବେକ ଧରିଥିବାବେଳେ ଅନ୍ୟ ଜଣେ କନଷ୍ଟେବଳ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବନ୍ଧି ଦେଇଥିଲେ।

ଅନ୍ୟ ଜଣେ ମହିଳା କନଷ୍ଟେବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମ୍‌ରେ ବନ୍ଦ କରିଦେଇଥିଲେ। ନିଜର ପ୍ରତିରକ୍ଷା ପାଇଁ ଅଙ୍କିତା ଚିତ୍କାର କରିଥିଲେ ବୋଲି ପୁରୁଷ ଏବଂ ମହିଳା କନଷ୍ଟେବଳ ମିଶି ତାଙ୍କୁ ମାଡ଼ ମାରିଥିଲେ। ପରେ ଭୋରରୁ ଆଇଆଇସି ଆସି ତାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *