ଗିରଫ ହେବାର ୪ ଘଣ୍ଟା ମଧ୍ୟରେ ଜାମିନ ପାଇଲେ ୭ ରୋଡ ରୋମିଓ

ଭୁବନେଶ୍ବର,୨୧/୯ : ସେନାବାହିନୀର ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀଙ୍କୁ କମିସନରେଟ୍‌ ପୁଲିସ ଅନ୍ତର୍ଗତ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ ଜାମିନ୍ ମିଳିଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଅଭିଯୁକ୍ତମାନଙ୍କୁ ଗିରଫର କରାଯିବାର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି।

ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ଚନ୍ଦକା ପୁଲିସ ୭ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ଦୀର୍ଘ ସମୟ ପଚରାଉଚରା ପରେ ଆଜି ଅପରାହ୍‌ଣରେ ଗିରଫ କରିଥିଲା। ଆଜି ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ କୋର୍ଟ ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *