ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟା ଘଟଣା : ପୁଲିସ ଧରିବା ଆଗରୁ ରଶି ଲଗାଇ ଝୁଲି ପଡ଼ିଲା ଯୁବକ

ଭଦ୍ରକ, ୨୫/୯ : ଭଦ୍ରକ ଜିଲ୍ଲାର ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ କୁଳେଇପଦା ଶ୍ମଶାନ ନିକଟରେ ଥିନା ଏକ ଗଛରେ ବୁଧବାର ଭୋର୍ ସମୟରେ ଜଣେ ଯୁବକ ବେକରେ ରଶି ଲଗାଇ ଝୁଲିପଡ଼ିଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (୩୦)। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ଘଟଣାର ମୁକ୍ତିରଂଜନ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ପୁଲିସ କହିଛି। ତେ।ବେ ଅଭିଯୁକ୍ତ ମୁକ୍ତିରଂଜନ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଏଭଳି ପଦକ୍ଷେପ ନେଇଥିବା ନେଇ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ମୁକ୍ତି ରଂଜନ ରାୟ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚି ଥିଲେ। ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ।

ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ବେକରେ ରଶି ଲଗାଇ ଝୁଲିପଡ଼ି ଥିଲେ। ‌ମୁକ୍ତିରଂଜନର ମୃତ୍ୟୁ କାରଣ ସେ ଥିଲା ବେଙ୍ଗାଲୁରୁ ମହାଲକ୍ଷ୍ମୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବୋଲି ଭଦ୍ରକ ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମହାଲକ୍ଷ୍ମୀଙ୍କୁ ହତ୍ୟା କରି ୫୯ ଖଣ୍ଡ କରାଯାଇଥିଲା ଏବଂ ଫ୍ରିଜ୍‌ରେ ରଖାଯାଇଥିଲା। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍‌ ଜବତ ହୋଇଛି, ଯେଉଁଥିରେ ଅଭିଯୁକ୍ତ ହତ୍ୟା ନେଇ ସ୍ବୀକାର କରିଛି।

Leave a Reply

Your email address will not be published. Required fields are marked *