ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଲେ କଂଗ୍ରେସର ନିଲମ୍ବିତ ବିଧାୟକ

ଭୁ‌ବନେଶ୍ବର,୨୬/୩ : ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକମାନେ ଏକ ସ୍ଵତନ୍ତ୍ର ଗଞ୍ଜି ପିନ୍ଧିଥିବା ନଜର ଆସିଛନ୍ତି । ଆଜି ସନ୍ଧ୍ୟା ୬ଟା ୪୫ମିନିଟରେ ମେ ଫେୟାର ହୋଟେଲ ସମ୍ମୁଖରେ ଥିବା ଚା ଦୋକାନରେ ଚା ପିଇଛନ୍ତି। ଏତଦ୍‌ ବ୍ୟତୀତ ନିଲମ୍ବିତ କଂଗ୍ରେସ ବିଧାୟକମାନେ ସ୍ୱତନ୍ତ୍ର ଗଞ୍ଜି ପିନ୍ଧି ସହର ବୁଲିଛନ୍ତି। ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା କାରଣରୁ କଂଗ୍ରେସ ବିଧାୟକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ୧୪ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *