ବିଜୁ ପଟ୍ଟନାୟକ ବିମାନବନ୍ଦରରେ ହେବ ନୂଆ ଟର୍ମିନାଲ

ଭୁବନେଶ୍ୱର , ୪/୧୦ : ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩ । ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି । ଆସନ୍ତା ଦୁଇ ବର୍ଷରେ ନୂଆ ଟର୍ମିନାଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ଏୟାରପୋର୍ଟ ସଂଯୋଗ କରୁଛି।

ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ଭୁବନେଶ୍ୱର ଏୟାରପୋର୍ଟରେ ଯେଉଁ ଟର୍ମିନାଲ ରହିଥିଲେ ସେଥିରେ ବର୍ଷକୁ ୪୦ଲକ୍ଷ ଯାତ୍ରୀ ଯାତାୟତ କରନ୍ତି । ଯାତ୍ରୀ ସଂଖ୍ୟା ୮୦ଲକ୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ଏବେ ଏୟାରପୋର୍ଟ ୨୦ଟି ସହରକୁ ସଂଯୋଗ କରୁଥିବାବେଳେ ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର ଭଳି ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି କରାଯାଇଛି। ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।

Leave a Reply

Your email address will not be published. Required fields are marked *