‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ କରିପାରିବେ ଅଙ୍ଗନବାଡ଼ି କର୍ମୀ

ଭୁବନେଶ୍ବର, ୩୦/୮ : ‘ସୁଭଦ୍ରା’ ଯୋଜନା ପାଇଁ ଅଙ୍ଗନବାଡ଼ି କର୍ମୀ କରିପାରିବେ ଆବେଦନ । ଏ ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଙ୍ଗନବାଡ଼ି କର୍ମୀଙ୍କ ସମେତ ସହାୟିକା, ଆଶା କର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ(CRP)ମାନେ ଆବେଦନ କରିପାରିବେ । ଏହାବ୍ୟତୀତ ମାଷ୍ଟର ବୁକକିପର୍ ତଥା ଏମବିକେ, ଆଉଟସୋର୍ସିଂ ଏଜେନ୍ସି ଦ୍ୱାରା ନିଯୁକ୍ତ ମହିଳାମାନେ ମଧ୍ୟ ଆବେଦନ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ସମସ୍ତ ମାନଦଣ୍ଡରେ ଯୋଗ୍ୟ ବିବେଚିତ ହେଲେ ସୁଭଦ୍ରା ଯୋଜନାର ଫାଇଦା ପାଇପାରିବେ ଏମାନେ। ସେହିପରି ସୁଭଦ୍ରା ଯୋଜନା ସଂପର୍କିତ ସମସ୍ତ ତଥ୍ୟ ପାଇବା ପାଇଁ ଆବେଦନକାରିଣୀ ସ୍ୱତନ୍ତ୍ର ଟୋଲ- ଫ୍ରି ନମ୍ବରରେ କଲ୍ କରିପାରିବେ।

ମହିଳା ଏବଂ ଶିଶୁ ବିକାଶ ପକ୍ଷରୁ ଜାରି ଟୋଲ୍-ଫ୍ରି ନମ୍ବର ହେଉଛି-୧୪୬୭୮ । ଏହି ଟୋଲ୍ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ । ସେହି ସମୟ ସୀମା ମଧ୍ୟରେ ଯେ କୌଣସି ବ୍ୟକ୍ତି କଲ୍ କରିପାରିବେ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *