ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସ ସିଲ, ବିଜେପି କୋଠା ଉପରେ କବଜା କରୁଥିବା ଆସିଲା ଅଭିଯୋଗ

ନୂଆଦିଲ୍ଲୀ,୯/୧୦ : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିବାଦୀୟ ସରକାରୀ ବଙ୍ଗଳା ପୁଣି ବିବାଦ ଘେରରେ । କେଜରିୱାଲଙ୍କ ସେହି ବଙ୍ଗଳାରେ ଆତିଶୀଙ୍କ ଅଧିକାର ଉପରେ ପ୍ରଶ୍ନବାଚୀ ଠିଆ କରିବା ବେଳେ ଏଲଜିି ସେହି ଆତିଶୀଙ୍କ ସବୁ ଜିନିଷ ବାହାର କରି ବଙ୍ଗଳାକୁ ସିଲ କରିଦେଇଥିବା ଆପ ତଥା ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।ଆପ ଅଭିଯୋଗ ଆଣୁଛି ସେହି ବଙ୍ଗଳା ଉପରେ କବଜା କରିବାକୁ ବିଜେପି କୋଠାକୁ ସିଲ କରିଛି । ସେପଟେ ବିଜେପି କହୁଛି ଏହି କୋଠା ନିର୍ମାଣରେ ବହୁ ଅନିୟମିତତା ହୋଇଛି ।

ଆତିଶୀଙ୍କୁ ମଥୁରା ରୋଡରେ କ୍ୱାଟର ମିଳିଥିବା ବେଳେ ସେ କଜରିୱାଲଙ୍କ ବଙ୍ଗଳାରେ ରହିବାର କି ଯଥାର୍ଥତା ରହିଛି । ଏଥିସହ ଏକ ଭିଡିଓ ବର୍ତ୍ତା ଜାରି କରି ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ କହିଛନ୍ତି, ଶେଷରେ ଶିଷମହଲକୁ ସିଲ କରିବାରେ ସଫଳ ହୋଇଛି ବିଜେପି । ଏବେ ଏହି ଘଟଣାର ହେବ ତଦନ୍ତ । ଏହି ବଙ୍ଗଳାରେ ବହୁ ରହସ୍ୟ ଲୁଚି ରହିଥିବା ଅଭିଯୋଗ କରୁଛନ୍ତି ଦିଲ୍ଲୀ ବିଜେପି ସଭାପତି ।

Leave a Reply

Your email address will not be published. Required fields are marked *