ଭୁବନେଶ୍ବର, ୪/୧୧ : ପ୍ରାୟ ୨୫ ବର୍ଷ ପୂର୍ବରୁ ଗଢିଉଠିଥିବା ଚ୍ୟାନେଲ ଏକାମ୍ର ମିଡ଼ିଆ ଦ୍ୱାରା ଦୁଇଟି ଚ୍ୟାନେଲ ଜୀବନ ଟିଭି ଏବଂ ରଙ୍ଗ ରଙ୍ଗୋଲି ଲୋକାର୍ପଣ ହୋଇଛି । ଯାହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ, ତା’ସହିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରର ମଧ୍ୟ ନାମ ଘୋଷଣା ହୋଇଛି l
ମିଡ଼ିଆ ତଥା ଚ୍ୟାନେଲ ଦୁନିଆର ଜଣେ ବହୁ ଚର୍ଚ୍ଚିତ ଚେହେରା ଅରୂପ ନନ୍ଦ l ତାଙ୍କ ମାଧ୍ୟମରେ ଓଡ଼ିଆ ଛୋଟ ବଡ଼ ପରଦାରେ ଅନେକ କଳାକାର ସୃଷ୍ଟି ହୋଇଛନ୍ତି l ଥ୍ରୀଜେନ୍ ସିନେ ପ୍ରଡ଼କସନ୍ସ ଦ୍ୱାରା ପ୍ରସ୍ତୁତ ହେଉଛି ଦୁଇଟି ଚଳଚ୍ଚିତ୍ର- “ଏନକାଉଣ୍ଟର” ଏବଂ “ତୋ ଇସ୍କ ଭେରୀ ରିସ୍କ” ଯାହା ଆସନ୍ତା ଏପ୍ରିଲ ମାସରେ ମୁକ୍ତିଲାଭ କରିବା ପାଇଁ ଲକ୍ଷ୍ୟ ରହିଛି l ତୋ ଇସ୍କ ଭେରୀ ରିସ୍କ ଓଡ଼ିଆ ହାସ୍ୟରସ ଭରା ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର l ସଙ୍ଗୀତ ନିର୍ଦ୍ଦେଶନା ବିଦ୍ୟାଧର ସାହୁ, ପ୍ରଯୋଜନା କରିଛନ୍ତି ଚୁମକି ଘୋଷାଲ, ସହ ପ୍ରଯୋଜନା ଦିବ୍ୟଶ ଚାଟାର୍ଜି, ପରିକଳ୍ପନା ଦେବାଶିଷ ଚାଟାର୍ଜୀ l
ଏହି ଚଳଚ୍ଚିତ୍ରର ନାୟକ ସୌମ୍ୟରଂଜନ ସାହୁ (ଆଶ୍ରମ ଫେମ୍) ଥିବା ବେଳେ ଅଭିନେତ୍ରୀ ଙ୍କ ନାମ ଘୋଷଣା କରାଯାଇନାହିଁ l ଦ୍ଵିତୀୟ ଚଳଚ୍ଚିତ୍ର ଏନକାଉଣ୍ଟର “ଏକ ପ୍ରେମ କାହାଣୀର ଶେଷ ପରିଣତି” ର କାହାଣୀ ଓ ସଂଳାପ ରଚନା କରିଛନ୍ତି ମାନସୀ ପାତ୍ର ଓ ଶଙ୍କର ତ୍ରିପାଠୀ l ନିର୍ଦ୍ଦେଶନା ଦେଇଛନ୍ତି ଅଶୋକ ମଲ୍ଲିକ (ମିଷ୍ଟର ରାଜୁ) l ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ବିଦ୍ୟାଧର ସାହୁ l ନାୟକ ଭୂମିକାରେ ବବୁଲୁ ଏବଂ ପୂର୍ବରୁ ଅପେକ୍ଷା ଏବଂ ସିନ୍ଦୁରା ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ବନ୍ଦନା ସାହୁ ଅଭିନୟ କରୁଛନ୍ତି l
ଏହି ଲୋକାର୍ପଣ ଏବଂ ଚଳଚ୍ଚିତ୍ର ନାମ ଘୋଷଣା ଉତ୍ସବରେ ଏକାମ୍ର ମିଡ଼ିଆର ଚେୟାରମ୍ୟାନ ଅରୂପ ନନ୍ଦ, ସିଇଓ ବିଦ୍ୟାଧର ସାହୁ, ସମାଜସେବୀ ବୁଲନ ଭାଇ, ପ୍ରଯୋଜିକା ଚୁମକି ଘୋଷାଲ, ମିଡ଼ିଆ ପ୍ଲାନର ର ମୁଖ୍ୟ ପ୍ରଣୟ ଜେଠୀ, ଏକାମ୍ର ମିଡ଼ିଆର ନିର୍ଦ୍ଦେଶିକା ସୁପ୍ରଭା ନନ୍ଦ, ଅଭିନେତା ବବୁଲୁ, ସୌମ୍ୟରଂଜନ, ଅଭିନେତ୍ରୀ ବନ୍ଦନା ସାହୁ, ନିର୍ଦ୍ଦେଶକ ଅଶୋକ ମଲ୍ଲିକ, ଦେବାନନ୍ଦ ସୋନି ପ୍ରମୁଖ ଉପସ୍ଥିତ ଥିଲେ l