ଆମ୍ବ ଟାକୁଆ ଜାଉ ଖାଇବା ଘଟଣା ; ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ବର,୧୮/୧୧ : ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ଆଉ ଜଣେ ମହିଳାଙ୍କ ମୃତ୍ୟୁ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାର ଜିତା ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୨ରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜରୁ କଟକ ଏସସିବି ମେଡ଼ିକାଲ କଲେଜ ଅଣାଯାଇଥିଲା। ପୂର୍ବରୁ ଏମକେସିଜିରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବିରେ ଏବେ ବି ଜଣେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

Leave a Reply

Your email address will not be published. Required fields are marked *