ଭୁବନେଶ୍ୱର,୧୬/୧୧ : ବିଜେଡି ପାଇଁ ବଢୁଛି ଚିନ୍ତା । ସଂଗଠନ ସଜାଡ଼ିବାକୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ଏଇ ମାସ ଶେଷରୁ ଗୋଟିଏ ପରେ ଗୋଟିଏ ଜିଲ୍ଲା ବୁଲିବେ ନବୀନ । ପ୍ରସ୍ତୁତ ହେଉଛି ନେତା ଓ କର୍ମୀଙ୍କୁ ଭେଟିବାର କାର୍ଯ୍ୟକ୍ରମ । ଘନ ଘନ ବୈଠକ ଏବଂ ମାନସ ମନ୍ଥନ ପରେ ଗ୍ରାଉଣ୍ଡକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ। ୨୪ ଭୋଟରେ ଝଟକା ପରେ ଆକ୍ସନକୁ ଆସିଛନ୍ତି ନବୀନ।
ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା। ନେତା ଓ କର୍ମୀଙ୍କୁ ଭେଟି ଉତ୍ସାହିତ କରିବେ। ଆଗକୁ ପଞ୍ଚାୟତ ନିର୍ବାଚନ। ତେଣୁ ଗାଁ ପାଇଁ ଦଳ ରଣନୀତି କରୁଥିବା ଚର୍ଚ୍ଚା ହେଉଛି । ନବୀନଙ୍କ ଜିଲ୍ଲା ଗସ୍ତ ପ୍ରଭାବୀ ହେବ ବୋଲି ସମୀକ୍ଷକ ବି ଆକଳନ କରୁଛନ୍ତି। ୨୪ ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ସଂଗଠନ ସଜାଡୁଛି ବିଜେଡି। ଆଉ ଏବେ ଗ୍ରାଉଣ୍ଡକୁ ଓହ୍ଲାଇବେ ଖୋଦ୍ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନଭେମ୍ବର ଶେଷ ଓ ଡିସେମ୍ବର ଆରମ୍ଭରୁ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ। ବିଭିନ୍ନ ଜିଲ୍ଲା ଗସ୍ତ କରି ତୃଣମୂଳ ନେତା ଓ କର୍ମୀଙ୍କୁ ଭେଟିବେ ନବୀନ। ଜିଲ୍ଲାର ସ୍ଥିତି ନେଇ ସ୍ଥାନୀୟ ନେତାଙ୍କ ସହ ନିରନ୍ତର ଆଲୋଚନା ଜାରି ରଖିଛନ୍ତି ନବୀନ। ପ୍ରାୟ ସବୁ ଜିଲ୍ଲାର ସମୀକ୍ଷା ସରିଥିବା ବେଳେ ଆଗକୁ ଗ୍ରାଉଣ୍ଡକୁ ଯିବେ ନବୀନ। ଆନୁଷ୍ଠାନିକ ଭାବେ ଦଳର ଜନସମ୍ପର୍କ ପଦଯାତ୍ରା ସରିଥିଲେ ବି କିଛି ଜିଲ୍ଲାରେ ଏବେ ବି ଚାଲିଛି କାର୍ଯ୍ୟକ୍ରମ।
ସେମାନେ ବିଜେଡି ସରକାର ସମୟର ସଫଳତା କଥା କହିବା ସହ ବିଜେପି ସରକାରଙ୍କ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣୁଛନ୍ତି। ସେପଟେ ସଦସ୍ୟ ସଂଗ୍ରହ ଅଭିଯାନ ବି ଜାରି ରଖିଛି ବିଜେଡି। ଦଳର ଛାମୁଆ ସଂଗଠନକୁ ମଧ୍ୟ ଗ୍ରାଉଣ୍ଡକୁ ଯିବାକୁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ। ଡିସେମ୍ବର ଶେଷ ଆଡ଼କୁ ଦଳର ସାଂଗଠନିକ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ଜିଲ୍ଲା ଗସ୍ତ କରି ବଡ ବୈଠକ କରିପାରନ୍ତି ନବୀନ।