ଭାରତ ପୁଣି ଚାମ୍ପିଅନ: ଚୀନ୍‌କୁ ପରାସ୍ତ କରି ତୃତୀୟ ଥର ପାଇଁ ଟାଇଟଲ ଜିତିଲା

ପାଟନା, ୨0/୧୧: ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ଏସୀୟ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ଚୀନ୍‌କୁ ୧-୦ରେ ପରାସ୍ତ କରି ଟାଇଟଲ ଜିତିଛି। ଭାରତୀୟ ମହିଳା ଦଳ ତୃତୀୟ ଥର ପାଇଁ ଟାଇଟଲ୍ ଜିତିଛି।୧ ମିନିଟରେ ଦୀପିକା ଏକ ପେନାଲ୍ଟି କର୍ଣ୍ଣର ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ। ଚୀନ୍ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଟିଏ ଗୋଲ୍ ସ୍କୋର କରିପାରି ନ ଥିଲା ଏବଂ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା।

ଡିଫେଣ୍ଡିଂ ଚାମ୍ପିଅନ୍ ଭାବରେ ଆସିଥିବା ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଦୃଢ଼ ପ୍ରଦର୍ଶନ କରିଥିଲା। ଉତ୍କୃଷ୍ଟ ଖେଳ ଆଧାରରେ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛି। ଫାଇନାଲରେ ଚୀନ୍ ଭାରତ ସହିତ କଡ଼ା ମୁକାବିଲା କରିଥିଲା ଏବଂ ଉଭୟ ଦଳ ପ୍ରଥମ ଦୁଇଟି କ୍ୱାର୍ଟରରେ ଗୋଲ ସ୍କୋର କରିପାରି ନ ଥିଲେ। ତେବେ ତୃତୀୟ କ୍ୱାର୍ଟରରେ ଅଲିମ୍ପିକ୍ ‌ରୌପ୍ୟ ପଦକ ବିଜେତା ଚୀନ୍‌ର ଗୋଲ୍‌ ପୋଷ୍ଟକୁ ଗୋଲ୍ ମାରିବାରେ ଦୀପିକା ସଫଳ ହୋଇଥିଲେ। ଏହି ଟୁର୍ନାମେଣ୍ଟର ଦୀପିକାଙ୍କର ଏହା ଏକାଦଶ ଗୋଲ୍ ଥିଲା।

Leave a Reply

Your email address will not be published. Required fields are marked *