‘ପୁଷ୍ପା ୨’: ମୁକ୍ତିଲାଭର କିଛି ଘଣ୍ଟାରେ ଅନଲାଇନ୍ ଲିକ୍

ମୁମ୍ବାଇ,୫/୧୨ : ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଡିସେମ୍ବର ୫ରେ ମୁକ୍ତିଲାଭ କରିଛି। ସୁକୁମାରଙ୍କ ଦ୍ଵାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ସୁନୀଲ, ଜଗପତି ବାବୁ ଏବଂ ଫହଦ୍ ଫାସିଲ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ତେବେ ‘ପୁଷ୍ପା ୨’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କିଛି ଘଣ୍ଟା ମଧ୍ୟରେ ଏକାଧିକ ପାଇରେସୀ ସାଇଟ୍‌ରେ ଅନଲାଇନ ଲିକ୍‌ ହୋଇଯାଇଛି।ମିଡିଆ ରିପୋର୍ଟ ମୁତାବକ, ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ ଇବୋମ୍ମା, ମୁଭିରୁଲ୍‌ଜ, ତାମିଲରକର୍ସ, ଫିଲ୍ମୀଜିଲା, ତାମିଲୟୋଗୀ, ତାମିଲ ବ୍ଲାଷ୍ଟର୍ସ, Bolly4u, 9xmovies ଏବଂ ମୁଭିଜ୍‌ଡା ଆଦି ପାଇରେସୀ ପ୍ଲାଟଫର୍ମରେ ମାଗଣା ଡାଉନଲୋଡ୍‌ କରିବାକୁ ଉପଲବ୍ଧ ଅଛି । ଏହା 1080p, 720p, 480p, 360p, 240p, ଏଚ୍‌ଡିରେ ଡାଉନଲୋଡ୍‌ କରିବାକୁ ଉପଲବ୍ଧ ଅଛି ।

ତେବେ ଆଇନ ଅନୁଯାୟୀ ଏହା ଭୁଲ, ଆଦୌ ଏମିତି ହେବା ଉଚିତ ନୁହେଁ, କାରଣ ଏଥିପାଇଁ ଫିଲ୍ମର ନିର୍ଦ୍ଦେଶକ-ନିର୍ମାତା ଫିଲ୍ମର କଳାକାରଙ୍କୁ ମଧ୍ୟ ବହୁ କ୍ଷତି ସହିବାକୁ ପଡ଼ିପାରେ। ପାଇରେସୀକୁ ପ୍ରୋତ୍ସାହିତ କରିବା ଉଚିତ୍ ନୁହେଁ । କପିରାଇଟ୍ ଅଧିନିୟମ ୧୯୫୭ ଅନୁଯାୟୀ ପାଇରେସୀ ଏକ ଫୌଜଦାରୀ ଅପରାଧ।ମୈଥରୀ ମୁଭି ମେକର୍ସ ଓ ମୁତ୍ତମସେଟ୍ଟୀ ମିଡିଆ ଦ୍ଵାରା ନିର୍ମିତ ‘ପୁଷ୍ପା ୨’କୁ ନେଇ ପ୍ରଶଂସକ ଖୁବ୍‌ ଉତ୍ସାହିତ ଅଛନ୍ତି। ମୁକ୍ତିଲାଭ ପରେ ଚଳଚ୍ଚିତ୍ରକୁ ଅନେକ ସାଇଟ୍‌ ୫/୫ ଷ୍ଟାର ଦେଇଛନ୍ତି।

Leave a Reply

Your email address will not be published. Required fields are marked *