ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ଦାବିରେ କେଶରୀୟା ହିନ୍ଦୁ ବାହିନୀ ପକ୍ଷରୁ ବିକ୍ଷୋଭ

ଭୁବନେଶ୍ବର, ୫/୧୨ : କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ରାଜ୍ୟ କମିଟି ତରଫରୁ ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ ଦାବିରେ ଏକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ତଥା ଦେଶରେ ଗୋହତ୍ୟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ, ଗୋମାତାଙ୍କୁ ରାଷ୍ଟ୍ର ମାତାର ମାନ୍ୟତା ଦିଆଯାଉ, ବାଂଲାଦେଶରେ ଗିରଫ ହୋଇଥିବା ହିନ୍ଦୁ ସIଧୁଙ୍କୁ ଭାରତ ସରକାରଙ୍କ ଉଦ୍ୟମରେ ମୁକ୍ତ କରାଯାଉ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

ସେହିପରି ଗତ ୩ ଦିନ ତଳେ କାନାଡାରେ ଥିବା ଖଲିସ୍ଥାନୀ ଆତଙ୍କବାଦୀ ପନ୍ନୁ ଆମ ରାଜ୍ୟ ଓଡ଼ିଶା ଉପରେ ଏକ ମନ୍ତବ୍ୟ ଦେଇଥିଲା ସେ କହିଥିଲା ଭୁବନେଶ୍ୱର ସହର ତଥା ଟେମ୍ପୁଲ ସିଟିକୁ ଆତଙ୍କବାଦୀ ସିଟିରେ ରେ ପରିଣତ କରିବ। ଓଡ଼ିଶାରେ ହୋଇଥିବା ଡିଜିପି ଏବଂ ଆଇଜିପିମାନଙ୍କ ସମ୍ବିଳନୀକୁ ଭଣ୍ଡୁର କରିବା ପାଇଁ ଏବଂ ଭୁବନେଶ୍ୱରରେ ଥିବା ସମସ୍ତ ମନ୍ଦିର ତଥା ମୁଖ୍ୟତଃ ରାମ ମନ୍ଦିର ଉପରେ ଆକ୍ରମଣ କରିବା ପାଇଁ ମାଓବାଦୀ ଓ ଆତଙ୍କବାଦୀମାନଙ୍କୁ ଆହ୍ୱାନ କରିଥିଲା। ଆତଙ୍କବାଦୀ ପନ୍ନୁ ଆମ ଓଡ଼ିଶା ମାଟି ବାବଦରେ ଏହିପରି କଟୁ ମନ୍ତବ୍ୟ ଦେଇଥିବାରୁ ଏହାକୁ ବିରୋଧ କରି କେଶରୀୟା ହିନ୍ଦୁ ବାହିନୀ ଓଡ଼ିଶା ସଂଗଠନ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ।

ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ଏବଂ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ସମସ୍ତ ମୋର୍ଚ୍ଚାର ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।