ଭୁବନେଶ୍ୱର, ୨୫/୩ : ଓଡିଶା ବିଧାନସଭାରେ ମଙ୍ଗଳବାର ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ସେମାନଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ନିଲମ୍ବନ କରାଯାଇଥିବା ବେଳେ ପରିସ୍ଥିତି ବିଗିଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପୁଲିସ ପକ୍ଷରୁ ବିଧାନସଭା ବାହାରେ ଧାରା ୧୬୩ ଲାଗୁ କରାଯାଇଥିବା ବେଳେ ୫ ଜଣ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଓ ମନ୍ତ୍ରୀଙ୍କୁ ପୁଲିସ ଭିତରକୁ ଯିବାକୁ ନ ଦେବା ଫଳରେ କଂଗ୍ରେସ ସମର୍ଥକ ଓ ପୁଲିସ ମଧ୍ୟରେ ଠେଲାପେଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି ଯେ ବିଜେପି ପୁଲିସ ଜରିଆରେ ବଳ ପ୍ରୟୋଗ କରୁଛି ଓ ବିଧାନସଭା ଭିତରେ ଧାରଣାରତ ୧୨ ନିଲମ୍ବିତ ବିଧାୟକଙ୍କ ମଧ୍ୟରୁ କେତେଜଣ ଆହତ ମଧ୍ୟ ହୋଇଛନ୍ତି। ସେ କହିଛନ୍ତି ଯେ ପୂର୍ବତନ ବିଧାୟକ ମାନେ ବିଧାନସଭା ଭିତରକୁ ଯିବାର ନିୟମ ଥିବା ବେଳେ ପୁଲିସ ସେମାନଙ୍କୁ ଛାଡୁନାହିଁ।
