କେବଳ ଫୁଲମାଳ ଦେଇ ଦେଲେ ମଧୁବାବୁଙ୍କ ଆତ୍ମା ଖୁସି ହୋଇଯିବ ନି : ପିସିସି ସଭାପତି

ଭୁବନେଶ୍ବର,୧/୪ : ରାଜ୍ୟ ସରକାରଙ୍କୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଟାର୍ଗେଟ । ମଧୁବାବୁଙ୍କ ଜନ୍ମ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଏହା ଅତ୍ୟନ୍ତ ଖୁସିର କଥା । ମାତ୍ର ଶ୍ରୀ ଦାସ କହିଛନ୍ତି,ମଧୁବାବୁଙ୍କୁ କେବଳ ଫୁଲମାଳ ଦେଇ ଦେଲେ କି ସଭାସମିତି କରିଲେ ତାଙ୍କର ଆତ୍ମା ଖୁସି ହେବନାହିଁ । ଓଡ଼ିଶାରେ ନଦୀ, ଖଣି-ଖାଦାନ, ପ୍ରାକୃତିକ ସମ୍ପଦ, ଜଙ୍ଗଲ ଆଦି ବିକ୍ରି ହୋଇଯାଇଛି । ୬୦ ହାଜର ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି ।

ତାଙ୍କୁ ଖୋଜିବାକୁ ସରକାର ପଦକ୍ଷପ ନେଉନାହାନ୍ତି । ଓଡ଼ିଆ ଅସ୍ମିତା ନାଁରେ କେବଳ ପର୍ବ ପାଳନ କଲେ ହେବନାହିଁ । ଅସ୍ମିତାର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଯେଉଁମାନେ ଯାହା ପାଇବାର ହକଦାର ତାଙ୍କୁ ତାହା ପ୍ରଦାନ କରିବା । କିନ୍ତୁ ସରକାର ସେଥିରେ ବିଫଳ ହୋଇଛନ୍ତି । ଆଜି ରାଜ୍ୟରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରିବା ପାଇଁ ଆମର ମୁହଁ ନ ଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।