ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ଶାହଙ୍କୁ ମହଙ୍ଗା ପଡ଼ିଲା, କଂଗ୍ରେସର ଇସ୍ତଫା ଦାବି

ନୂଆଦିଲ୍ଲୀ, ୧୮/୧୨ : ସମ୍ବିଧାନର ପିତା ବି.ଆର. ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । କଂଗ୍ରେସ ମନ୍ତ୍ରିମଣ୍ଡଳରୁ ଶାହଙ୍କ ବହିଷ୍କାର ଦାବି କରିଛି । ଆମ୍ବେଦକରଙ୍କୁ ପ୍ରଧାନମନ୍ତ୍ରୀ ଯଦି ପ୍ରକୃତରେ ସମ୍ମାନ କରୁଥାଆନ୍ତି, ତେବେ ଶାହଙ୍କୁ ମଧ୍ୟରାତ୍ରି ସୁଦ୍ଧା ବିଦା କରନ୍ତୁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି।ଶାହ ମଙ୍ଗଳବାର ଲୋକସଭାରେ ଉଦବୋଧନ ଦେବା ବେଳେ କହିଥିଲେ ଯେ, ଆଜିକାଲି ଆମ୍ବେଦକର-ଆମ୍ବେଦକର କହିବା ଗୋଟିଏ ଫେସନରେ ପରିଣତ ହୋଇଗଲାଣି। ଶାହଙ୍କ ଏହି ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଏହାକୁ ନେଇ ଖଡ଼ଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ଶାହଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାର ଥିଲା। କିନ୍ତୁ ଏହା ପରିବର୍ତ୍ତେ ମୋଦୀ ତାଙ୍କ ସପକ୍ଷରେ ୬ଥର ଟ୍ବିଟ୍‌ କରିଛନ୍ତି।

ଏପରି କରିବା ଅନୁଚିତ। ଏମାନେ କେହି ସମ୍ବିଧାନରେ ବିଶ୍ଵାସ କରନ୍ତି ନାହିଁ। ଯଦି କେହି ଆମ୍ବେଦକରଙ୍କ ବିଷୟରେ ଭୁଲ କହୁଛନ୍ତି, ତେବେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିବା ଉଚିତ। କିନ୍ତୁ ଏମାନେ ପରସ୍ପରର ଦୋଷଙ୍କୁ ସମର୍ଥନ କରୁଛନ୍ତି। ଅନ୍ୟପଟେ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଶାହ କିଛି ଭୁଲ କରିନାହାନ୍ତି। ବିରୋଧୀମାନେ ଆମ୍ବେଦକରଙ୍କ ନାଁଙ୍କୁ ଅପବ୍ୟବହାର କରୁଛନ୍ତି।

Leave a Reply

Your email address will not be published. Required fields are marked *