ମଣିପୁରରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇବେ ଓଡ଼ିଆ ପୁଅ ସତ୍ୟ ସୂତାର

ମୋଇରଙ୍ଗ:୨୨/୧ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ମଣିପୁରର ମୋଇରଙ୍ଗଠାରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ଓଡ଼ିଆ ପୁଅ ସତ୍ୟ ସୂତାର। ଏହା ସହ ପରାକ୍ରମ ଦିବସରେ ନେତାଜୀଙ୍କ ବୀରତ୍ୱ ବଖାଣିବା ସହ ମଣିପୁରବାସୀଙ୍କୁ ସ୍ମରଣ କରାଇବେ ନେତାଜୀଙ୍କ ବୀରତ୍ୱର ଗାଥା। ମଣିପୁରରେ ଶାନ୍ତି ଫେରାଇ ଆଣିବା ପାଇଁ ଆହ୍ୱାନ ଦେବେ ଶ୍ରୀ ସୂତାର।

ଗତ ବର୍ଷ ଶ୍ରୀ ସୂତାର ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରଠାରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେହିପରି ୨୦୨୩ ମସିହାରେ ସେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୂଚନା ଅନୁଯାଇ, ସତ୍ୟ ସୂତାର ଓଡିଶା ଛାଡି ବିଦେଶ ଯିବାର ପାଖା ପାଖି ୧୨ରୁ ୧୩ବର୍ଷ ହୋଇ ଗଲାଣି। ନେତାଜୀଙ୍କ ଜୟନ୍ତୀରେ ନେତାଜୀ ଯେଉଁ ଦେଶ ଗୁଡ଼ିକୁ ଭାରତକୁ ସ୍ୱାଧୀନ କରିବା ପାଇଁ ଯାଇଥିଲେ, ସେ ସେହି ଦେଶ ଗୁଡ଼ିକୁ ନେତାଜୀଙ୍କ ଜନ୍ମ ଦିନରେ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇ ଚିନ୍ତା କରିଥିଲେ।

ସେଥିପାଇଁ ନେତାଜୀ ଯେଉଁ ଦେଶ ଗୁଡିକୁ ଯାଇ ଭାରତକୁ ସ୍ୱାଧୀନ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ ସେ ସବୁ ଦେଶଗୁଡ଼ିକୁ ଯାଇ ତାଙ୍କ ଜନ୍ମଦିନରେ ସୂତାର ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଛନ୍ତି । ନେତାଜୀଙ୍କୁ ସମ୍ମାନ ଜଣାଇବା ପାଇଁ ୨୦୨୨ରୁ ସେ ବିଦେଶ ମାଟିରେ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *