ଶାଳୀନତାର ସବୁ ସୀମା ପାର୍ କଲେ ଶର୍ଲିନ୍ ଚୋପ୍ରା

ଭୁବନେଶ୍ବର, ୭/୩ : ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା, ଫିଲ୍ମରେ କମ୍ ନଜର ଆସିଥିଲେ ମଧ୍ୟ ସେ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ଶର୍ଲିନ୍ ଅଭିନୟ ଅପେକ୍ଷା ତାଙ୍କ ବୋଲ୍ଡନେସ୍ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍‌ ହେବାରେ ଲାଗିଛି। ଶର୍ଲିନ୍ ଚୋପ୍ରାଙ୍କ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଶର୍ଲିନ୍ ଚୋପ୍ରା ଫିଲ୍ମ ‘ଆଶିକୀ ୨’ ର ଜ୍ୟାକେଟ୍ ବାଲା ସିନ୍‌କୁ ଜଣେ ପାପାରାଜୀଙ୍କ ସହିତ ରିକ୍ରେଟ୍ କରୁଥିବା ଦେଖାଯାଏ।

ଶର୍ଲିନ୍ ଚୋପ୍ରାଙ୍କ ଏହି ଭାଇରାଲ୍ ଭିଡିଓ ଉପରେ ଲୋକମାନେ ଖୁବ୍ ଟ୍ରୋଲ୍ କରୁଛନ୍ତି। ଶର୍ଲିନ୍ ଚୋପ୍ରାଙ୍କ ଏହି ଭାଇରାଲ ଭିଡିଓରେ ଏମିତି ଏକ ଶାଢି ପିନ୍ଧିଛନ୍ତି ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ସମୟରେ ଶର୍ଲିନ୍ ଚୋପ୍ରା କଳା ରଙ୍ଗର ଶାଢି ପିନ୍ଧିଥିଲେ। ଏବଂ ସେ ଏହା ସହିତ ଏକ କଳା ରଙ୍ଗର ହଟ୍ ବ୍ଲାଉଜ୍ ପିନ୍ଧିଥିଲେ, ଯାହାକୁ ଲୋକେ ପସନ୍ଦ କରି ନାହାନ୍ତି। ଅନେକ ଲୋକ ଏହାକୁ ନେଇ ନକରାତ୍ମକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ କହିଛନ୍ତି – ଏଭଳି ପୋଷାକ ପିନ୍ଧିଥିବାରୁ ଆପଣଙ୍କ ଉପରେ ଲଜ୍ଜା ଆସୁଛି।

ଆଉ ଜଣେ କହିଛନ୍ତି – ଏହି ବଲିଉଡ ଅଭିନେତ୍ରୀମାନଙ୍କ ଯୋଗୁଁ ଭାରତର ଅବସ୍ଥା ଖରାପ ହେବାରେ ଲାଗିଛି।ତେବେ ଏହା ପ୍ରଥମ ଥର ନୁହେଁ ଯେ ଶର୍ଲିନ୍ ଚୋପ୍ରା ଏମିତି କିଛି କରିଛନ୍ତି ଯେଉଁକାରଣରୁ ସେ ନେଟିଜେନ୍‌ଙ୍କ ଟାର୍ଗେଟରେ ଆସିଛନ୍ତି। ଶର୍ଲିନ୍ ଚୋପ୍ରା ପ୍ରାୟତଃ ଏମିତି କିଛି କରନ୍ତି ଯେଉଁ କାରଣରୁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡେ।

Leave a Reply

Your email address will not be published. Required fields are marked *